ଏଜେଣ୍ଟଙ୍କ ଦୁଃଖ

ରୁଦ୍ର ପ୍ରସନ୍ନ ରଥ
ଗତ କିଛି ବର୍ଷ ହେଲା ଦେଶର ପୂର୍ବାଞ୍ଚଳର ରାଜନୀତିକୁ ଚିଟ୍‌ ଫଣ୍ଡ ବେଶ୍‌ ସରଗରମ କରି ରଖିଛି। ଖାସ୍‌ କରି ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ହଜାର ହଜାର ଲୋକଙ୍କର କୋଟି କୋଟି ଟଙ୍କା ଚିଟ୍‌ ଫଣ୍ଡରେ ଫସିରହିଛି। ଅନେକଙ୍କର କଷ୍ଟଲବ୍ଧ ଧନକୁ ନେଇ ଚିଟ୍‌ ଫଣ୍ଡ କମ୍ପାନୀଗୁଡ଼ିକ ଛୁ’ ମାରିଥିବା ବେଳେ ସାଧାରଣ ଲୋକ ନିଜର ସର୍ବସ୍ବ ହରାଇଛନ୍ତି। କିଏ ଧାନ ଜମି ବିକି ରଖିଥିବା ପଇସାକୁ ଚିଟ୍‌ ଫଣ୍ଡ କମ୍ପାନୀ ହାତକୁ ଟେକିଦେଇଛି ତ ଆଉ କିଏ ଝିଅ ବାହାଘର ପାଇଁ ରଖିଥିବା ଅର୍ଥକୁ ଚିଟ୍‌ ଫଣ୍ଡ କମ୍ପାନୀ ଟାଣିନେଇଛି। ଆଉ କାହାର ଅବସରକାଳୀନ ଅର୍ଥ ଚିଟ୍‌ ଫଣ୍ଡ କମ୍ପାନୀଙ୍କ ଲୋଭିଲା ଆଁ ଭିତରେ ଗଳିଯାଇଛି। ଲୋକମାନେ ପଇସା ଫେରିପାଇବାକୁ ଅନେଇ ରହିଥିବା ବେଳେ ଚିଟ୍‌ ଫଣ୍ଡ କମ୍ପାନୀର ମାଲିକମାନେ ଜେଲରେ ଅଛନ୍ତି।
ଏ ଭିତରେ କିନ୍ତୁ ଆଉ ଦଳେ ଫସିଛନ୍ତି ଯେଉଁମାନେ ଏହିସବୁ କମ୍ପାନୀରେ ଏଜେଣ୍ଟ ହୋଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ। କମ୍ପାନୀଗୁଡ଼ିକ ଗାଁରୁ ଅଳ୍ପ ଶିକ୍ଷିତ ଯୁବକ, ଘରୋଇ ମହିଳା କିମ୍ବା ଅବସରପା୍ରପ୍ତ ବ୍ୟକ୍ତିମାନଙ୍କୁ ଏ ନେଇ ଏଜେଣ୍ଟଭାବେ ନିଯୁକ୍ତି ଦେଇଥିଲେ। ଦରମା ୫ରୁ ୭ ହଜାର ସହ ବିଭିନ୍ନ ଭତ୍ତା ଏବଂ ପ୍ରୋତ୍ସାହନ ରାଶିର ଲୋଭ ଦେଖାଇ ଏହି ଏଜେଣ୍ଟମାନଙ୍କୁ ବଳିର ବୋଦା ଭାବେ ବ୍ୟବହାର କରାଯାଇଥିଲା। ଲୋକଙ୍କଠାରୁ ଅଣାଯାଇଥିବା ପଇସା କେଉଁଠି ବିନିଯୋଗ ହେଉଛି, କେମିତି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍‌ଠୁ ଅଧିକ ସୁଧ ଲୋକଙ୍କୁ ଦେବା ସମ୍ଭବ ହେଉଛି, ଚିଟ୍‌ଫଣ୍ଡ ଚଳାଉଥିବା ଅନୁଷ୍ଠାନ କେଉଁ ଆଇନ ବଳରେ ଏହି ବ୍ୟବସାୟ କରୁଛି ତାହା ଏମାନଙ୍କ ପକ୍ଷରେ ବୁଝିବା ସମ୍ଭବ ହୋଇ ନ ଥିଲା। କିଛି ବୁଝିବାକୁ ଚାହିଁ ନ ଥିଲେ ଆଉ କିିଛି ବୁଝିବାକୁ ଚାହିଁଥିଲେ ବି ସେମାନଙ୍କ ଆଖି ଆଗରେ ସ୍ବପ୍ନର ଅଟ୍ଟାଳିକା ଠିଆକରାଇ ଦିଆଯାଇଥିଲା। ଅଧିକ ପଇସାର ଲୋଭ, ବିଦେଶ ଯିବାର ପ୍ରଲୋଭନ ଏବଂ କମ୍‌ ଦିନରେ ବଡ଼ଲୋକ ହେବା ମୋହରେ ଏମାନଙ୍କୁ ଏମିତି ବାନ୍ଧି ଦିଆଯାଇଥିଲା ଯେ ସେମାନେ ଚାହିଁଲେ ବି ସେଥିରୁ ବାହାରିପାରି ନ ଥିଲେ। ଏପରି ଭାବେ କମ୍ପାନୀ ଏହି ଏଜେଣ୍ଟଙ୍କୁ ମାଧ୍ୟମ କରି ବିଭିନ୍ନ ଅଞ୍ଚଳରୁ ଗୋଟାଇ ନେଇଥିଲା କୋଟି କୋଟି ଟଙ୍କା। ଅଧାବୁଝି କାମ କଲେ ଯାହା ହୁଏ ତାହା ହିଁ ହେଲା। କମ୍ପାନୀ ପଇସା ନେଇ ଛୁ’ ମାରିଲା ପରେ ଏଜେଣ୍ଟଙ୍କ ଘର ଆଗରେ ଜମାକାରୀଙ୍କ ଭିଡ଼ ଦେଖାଗଲା। ଜମାକାରୀ ଯଦିଓ ଚିଟ୍‌ ଫଣ୍ଡ ଯୋଜନାର ଲାଭ ଦେଖି ପ୍ରଲୋଭିତ ହୋଇ ପଇସା ଦେଇଥିଲେ, ପଇସା ବୁଡ଼ିଲା ବେଳକୁ ଏଜେଣ୍ଟକୁ ଭରସାକରି ଦେଇଥିଲେ ବୋଲି କହିଲେ। ଅବଶ୍ୟ ଜମାକାରୀଙ୍କ ପାଖରେ ଅନ୍ୟ ବାଟ ନ ଥିଲା। ଅଶିକ୍ଷିତ ଏବଂ ଅଳ୍ପ ଶିକ୍ଷିତ ଜମାକାରୀ ଏଜେଣ୍ଟଙ୍କ ଛଡ଼ା ଆଉ କାହାକୁ ଚିହ୍ନି ନ ଥିଲେ। କମ୍ପାନୀଙ୍କ ଚତୁର ତାଲିମଦାତାମାନେ ଏଜେଣ୍ଟମାନଙ୍କୁ ଏପରି କହିବାକୁ ତାଲିମ ଦେଇଥିଲେ।
ଏହାର ପରବର୍ତ୍ତୀ ଅବସ୍ଥା ଏଜେଣ୍ଟମାନଙ୍କ ପାଇଁ ସତରେ କରୁଣ। ଓଡ଼ିଶାରେ ୨୦ରୁ ଉର୍ଦ୍ଧ୍ୱ ଜମାକାରୀ ଆତ୍ମହତ୍ୟା କରିସାରିଲାବେଳେ ପଶ୍ଚିମବଙ୍ଗରେ ଏହାର ସଂଖ୍ୟା ପଚାଶ ଟପିଲାଣି। ଏବେ ବି ସଂଖ୍ୟାଧିକ ଏଜେଣ୍ଟ ଆତ୍ମଗୋପନ କରିଛନ୍ତି। ଆଉ କିଛି ଏଜେଣ୍ଟ ନିଜ ଘରବାଡ଼ି ବିକି କିସ୍ତି କିସ୍ତି କରି ପଇସା ଫେରାଉଛନ୍ତି। ପୁଣି ଆହୁରି ଅନେକ ଜାଗାରେ ଏଜେଣ୍ଟମାନଙ୍କ ଉପରେ ତୁରନ୍ତ ପଇସା ଫେରାଇବାକୁ ଚାପ ବଢ଼ୁଛି। ପଇସା ଫେରାଇବାକୁ ଯାଇ ଅନେକେ ଏବେ ରୋଗଗ୍ରସ୍ତ। ପଇସା ଫେରାଇ ନ ପାରିବାରୁ ଅନେକେ ବିଚ୍‌ ବଜାରରେ ନିୟମିତ ବେଜିତ୍‌ ହେଉଛନ୍ତି। ଏଥିରେ ଅନେକ ଏଜେଣ୍ଟଙ୍କର ନିଜର ପଇସା ନେଇ କମ୍ପାନୀ ଛୁ ମାରିଛି ବୋଲି କହିଲେ ବି ଲୋକେ ଏକଥା ମାନିବାକୁ ପ୍ରସ୍ତୁତ ନାହାନ୍ତି। ଏହି ଚାପରେ ଅନେକେ ଏବେ କତରାଲଗା ହୋଇଗଲାଣି। କେତେକ ନିଜ ବିକଳ୍ପ ରୋଜଗାର ଅର୍ଥରୁ କିସ୍ତିରେ ଲୋକଙ୍କୁ ପଇସା ଫେରାଇଲେ ବି ଏହା କମ୍‌ ପଡୁଛି।
ଚିଟ୍‌ ଫଣ୍ଡ କାରବାର ଯୋଗୁ ଅନେକ ଲୋକ ଯେ ବାରଦୁଆର ହେଉଛନ୍ତି ତାହା କହିବାରେ ଦ୍ୱିଧା ନାହିଁ। ମାତ୍ର ଏଜେଣ୍ଟେମାନେ ଯେ ଏଥିରେ ସବୁମତେ ଦାୟୀ ତାହା କହିବା ଭୁଲ୍‌ ହେବ। ଅନେକ ଏଜେଣ୍ଟଙ୍କ ପାଠ ଏତେ କମ୍‌ ଯେ ସେମାନଙ୍କୁ ସବୁ ଜିନିଷ ପ୍ରାଞ୍ଜଳଭାବେ ବୁଝାଇଥିଲେ ଯେ ସେମାନେ ବୁଝିପାରିଥାନ୍ତେ ତା’ କହିବା ସତ୍ୟର ଅପଳାପ ହେବ। ପୁଣି ଏମାନଙ୍କ ଉପରେ ମାସିକ ଜମାକାରୀ ଯୋଗାଡ଼ କରିବାର ଆଗୁଆ ଲକ୍ଷ୍ୟ ଦିଆଯାଉଥିଲା ଯାହାକୁ ପୂରଣ କରି ନ ପାରିଲେ ପାଇଥିବା ସେଇ ଛୋଟିଆ ଚାକିରି ଚାଲିଯିବାର ବି ଭୟ ରହିଥିଲା।
ଏପରି ପରିସ୍ଥିତି ଯେ ଆଗକୁ ନ ଆସିବ ତାହା କହିହେବ ନାହିଁ। ଅଳ୍ପ ପରିଶ୍ରମରେ ଅଧିକ ପଇସା ରୋଜଗାର କରିବାର ନିଶା ଯେପର୍ଯ୍ୟନ୍ତ ମଣିଷ ମନରୁ ନ ଯାଇଛି ସେ ଯାଏ ଚିଟ୍‌ ଫଣ୍ଡ କମ୍ପାନୀ ପରି ଭିନ୍ନ ଭିନ୍ନ ବାଟରେ କମ୍ପାନୀଗୁଡ଼ିକ ବାଟ ଖୋଜି ଚାଲିବେ। ଅଧାବୁଝି କିମ୍ବା ଆଦୌ ନ ବୁଝି କମ୍ପାନୀର କାର୍ଯ୍ୟକୁ ଲାଭଦାୟକ କହି ଗୋଷ୍ଠୀରେ ପ୍ରଚାର ପ୍ରସାର କରୁଥିବା ଏଜେଣ୍ଟମାନେ ହିଁ ଏମାନଙ୍କ ବଳିର ବୋଦା ହେବେ। ଏପରି ସ୍ଥଳରେ ସରକାର ଏହିପରି କମ୍ପାନୀଗୁଡ଼ିକ ଉପରେ ନଜର ରଖିବା ଆବଶ୍ୟକ। ଏଜେଣ୍ଟମାନଙ୍କର ପଞ୍ଜୀକରଣ କରାଯିବା ସହ କମ୍ପାନୀଗୁଡ଼ିକ ଏମାନଙ୍କ ପାଇଁ ସାମାଜିକ ସୁରକ୍ଷା ବନ୍ଦୋବସ୍ତ କରିବା ଆବଶ୍ୟକ। ଆଉ ଲୋକମାନେ ମଧ୍ୟ ଏହିପରି ଏଜେଣ୍ଟମାନଙ୍କ ସହ କାରବାର କରିବା ପୂର୍ବରୁ ନିଜକୁ ସଚେତନ କରିନେବା ଆବଶ୍ୟକ। ଆବଶ୍ୟକତାଠାରୁ ଅଧିକ ଏବଂ ସମୟଠାରୁ ଶୀଘ୍ର ପାଇବାର ଆଶା ସବୁବେଳେ ବିନାଶର କାରଣ ସାଜେ- ଏ କଥାକୁ ଯେଉଁ ବ୍ୟକ୍ତି ବୁଝିଛି ସେ କେବେ ବି ପ୍ରବଞ୍ଚକ କମ୍ପାନୀ ଏବଂ ତା’ ପ୍ରଲୋଭନର ଶିକାର ହେବ ନାହିଁ।
ଧବଳଗିରି, ଯାଜପୁର ରୋଡ୍‌, ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri