ଏଚ୍‌ଆଇଭି ଭୂତାଣୁକୁ ନିୟନ୍ତ୍ରଣ କରିବ ଗ୍ଲାଇକୋପଲିମର

ବର୍ତ୍ତମାନ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ରୋଗଗୁଡିକ ମଧ୍ୟରୁ ଏଡ୍‌ସ ଅନ୍ୟତମ। ଏଚ୍‌ଆଇଭି ଭାଇରସ ଯୋଗୁ ଏହି ରୋଗ ହୋଇଥାଏ। ତେବେ ଏଭଳି ଭାଇରସକୁ ନିିୟନ୍ତ୍ରଣରେ ରଖିବାକୁ ଏକ ନୂଆ ଇଞ୍ଜେକଶନ ପ୍ରସ୍ତୁତ କରାଯାଇଛି। ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏଥିରେ ସଫଳ ହୋଇଛନ୍ତି। ସୁଗାର ମଲିକ୍ୟୁଲକୁ ଏକାଠି କରି ସେମାନେ ‘ଗ୍ଲାଇକୋପଲିମର’ ନାମକ ତତ୍ତ୍ୱ ପ୍ରସ୍ତୁତ କରିଛନ୍ତି। ଏହାକୁ ନେଇ ନୂଆ ଇଞ୍ଜେକଶନ ତିଆରି କରାଯାଇଛି। ଜଣେ ଏଡ୍‌ସ ଆକ୍ରାନ୍ତ ବ୍ୟକ୍ତି ଏହି ଇଞ୍ଜେକଶନ ନେଲେ ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। କେବଳ ସେତିକି ନୁହେଁ, ସୁସ୍ଥ କୋଷ (ସେଲ୍‌)ଗୁଡିକୁ ଏହା ଏଚଆଇଭି ଭୂତାଣୁ ଦ୍ୱାରା ସଂକ୍ରମିତ ହେବାକୁ ଦେଇ ନଥାଏ।