ସାଧାରଣ ଝିଅରୁ ଏବେ ବଲିଉଡ୍‌ରେ ହିଟ୍‌ ଗାୟିକା ନେହା କକ୍କର

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ଜନ୍ମ ଜୁନ୍‌ ୬ ଅର୍ଥାତ ଶନିବାର। ନେହାଙ୍କୁ କେବଳ ଗୀତ ପାଇଁ ନୁହେଁ, ହସ ପାଇଁ ମଧ୍ୟ ସେ ଦର୍ଶକଙ୍କ ହୃଦୟ ଜିତିଥାନ୍ତି। ନେହା ଏକ ରିଆଲିଟି ଶୋ’ ‘ସାରେ ଗାମା ପା ଲିଟିଲ୍‌ ଚାମ୍ପ୍‌ସ’ ସିଜିନ୍‌ -୬ରେ ବିଚାରପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଏଭଳି ପରିସ୍ଥିତିରେ ନେହା ଭାବପ୍ରବଣ ହୋଇ କହିଥିଲେ , ଆଜି ଯେତେବେଳେ ମୁଁ ପିଲାମାନଙ୍କୁ ରିଆଲିଟି ଶୋ’ରେ ଦେଖେ ମୋର ସଂଘର୍ଷ ମନେ ପଡ଼େ। ପୂର୍ବରୁ ବାପା ଆମକୁ ଭଲ ମଣିଷ କରିବା ପାଇଁ କଠିନ ପରିଶ୍ରମ କରୁଥିଲେ। ମୁଁ ଆଜି ବି ଭୁଲି ପାରିବି ନାହିଁ ଯେତେବେଳେ ମୋ’ ବାପା ସୋନୁ ଦିଦି (ନେହାଙ୍କ ଭଉଣୀ ସୋନୁ କକ୍କର) ବିଦ୍ୟାଳୟ ବାହାରେ ସିଙ୍ଗଡ଼ା ବିକ୍ରି କରୁଥିଲେ। କଲେଜର ପିଲାମାନେ ମୋ’ ଭଉଣୀ ଉପରେ ଆକ୍ରମଣ କରୁଥିଲେ। ସେତେବେଳେ ମୋତେ ବହୁତ କଷ୍ଟ ଲାଗୁଥିଲା। ନେହା କୁହନ୍ତି, ପରେ ସେ ଦିଲ୍ଲୀରେ ରହିବାକୁ ଆସିଥିଲେ। ୪ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। କିଛି ଲୋକ ଆମର ପ୍ରୟାସକୁ କେବେ ପ୍ରଶଂସା କରନ୍ତି ନାହିଁ। ପରେ ନେହା ଏକ ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେବେଠାରୁ ଆଉ ସେ ପଛକୁ ଫେରିନାହାନ୍ତି। ଖାଲି ଏତିକି ନୁହେଁ, ନେହାଙ୍କୁ ଦର୍ଶକ ‘ଇଣ୍ଡିଆନ ଆଇଡଲ -୨’ରେ ବେଶୀ ପସନ୍ଦ କରିଥିଲେ। ଏଥିସହିତ ବଲିଉଡ୍‌ରେ ନେହାଙ୍କ ପ୍ରଥମ ହିଟ୍‌ ଗୀତ ‘ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଜଓ୍ବାନୀ’ ଭାବରେ ଗ୍ରହଣ କରାଯାଉଥିଲା। କିନ୍ତୁ ନେହା ଫିଲ୍ମ ’ସନି-ସନି’ରୁ ସୁନାମ ଅର୍ଜନ କରିଥିଲେ।

Share