Categories: ଖେଳ

ଏକ ସପ୍ତାହରେ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଲେ ହିମା

ନୂଆଦିଲ୍ଲୀ, ୮।୭(ପି.ଟି.)- ଭାରତୀୟ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଚଳିତ ସପ୍ତାହରେ ଦ୍ୱିତୀୟ ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୋଲାଣ୍ଡଠାରେ ଚାଲିଥିବା କୁଟ୍‌ନୋ ଆଥ୍‌ଲେଟିକ୍ସ ମିଟ୍‌ର ମହିଳା ୨୦୦ ମିଟର ଦୌଡ଼ରେ ସେ ଶୀର୍ଷ ସଫଳତା ପାଇଛନ୍ତି। କିଛି ମାସ ତଳେ ଅଣ୍ଟା ସମସ୍ୟା ଦେଇ ଗତି କରୁଥିବା ଆଥ୍‌ଲେଟ୍‌ ୨୩.୯୭ ସେକେଣ୍ଡ ଟାଇମିଂ ସହ ସ୍ବର୍ଣ୍ଣ ହାସଲ କରିଛନ୍ତି। ତାଙ୍କ ପଛକୁ ଆଉ ଜଣେ ଭାରତୀୟ ଧାବିକା ଭି.କେ. ବିସ୍ମୟା (୨୪.୦୬ ସେ.) ରୌପ୍ୟ ପଦକ ହାତେଇଛନ୍ତି। ଏହି ପ୍ରତିଯୋଗିତାର ପୁରୁଷ ୨୦୦ ମି. ଦୌଡ଼ରେ ମହମ୍ମଦ ଆନସ ସ୍ବର୍ଣ୍ଣପଦକ ଜିତିଛନ୍ତି। ସେ ଦୌଡ଼କୁ ୨୧.୧୮ ସେ.ରେ ଶେଷ କରିଥିଲେ। ଉଲ୍ଲେଖଥାଉ କି, ହିମା ଚଳିତ ସପ୍ତାହରେ ପୋଜାନ ଆଥ୍‌ଲେଟିକ୍ସ ଗ୍ରାଁ ପ୍ରିରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ।

Share