Posted inଜାତୀୟ

ଦାଦନଙ୍କ ପାଇଁ କେନ୍ଦ୍ରର ଯୋଜନା: ଏକ ଦେଶ ଏକ ରାଶନ କାର୍ଡ

ନୂଆଦିଲ୍ଲୀ,୧୫।୫: କରୋନା ଭାଇରସ୍‌ ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍‌ ଦେଶର ଅର୍ଥନୀତିକୁ ଉଜାଡ଼ିଦେଇଛି। ଏଥିଯୋଗୁ ସହରଗୁଡ଼ିକରେ ଜୀବିକା ହରାଇ ଗାଁମୁହାଁ ହୋଇଥିବା ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶା ସବୁଠୁ ବେଶି ଦେଖିବାକୁ ମିଳିଛି। ଶହ ଶହ କି.ମି. ରାସ୍ତା ପାଦରେ ଚାଲି ଭିଟାମାଟିକୁ ଧାଉଁଥିବା ଶ୍ରମିକଙ୍କ ଦୁଃଖର କରୁଣ ଚିତ୍ର ଟିଭି ପରଦା ଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବା ପରେ ସରକାରଙ୍କୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଅସଙ୍ଗଠିତ କ୍ଷେତ୍ରର ଏହି ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆମତ୍ନିର୍ଭର ଭାରତ ଆର୍ଥିକ ପ୍ୟାକେଜ୍‌ର ଦ୍ୱିତୀୟ ଭାଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ ଏବଂ ଦୁଇମାସ ପାଇଁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ ନେଇ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁସାରେ ପ୍ରାୟ ୮ କୋଟି ଦାଦନ ଶ୍ରମିକ ଲାଭାନ୍ବିତ ହେବେ ବୋଲି ସରକାର ଆକଳନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମଙ୍ଗଳବାର ଘୋଷିତ ୨୦ ଲକ୍ଷ କୋଟିର ମେଗା ଆର୍ଥିକ ପ୍ୟାକେଜ ସମ୍ପର୍କରେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଦ୍ୱିତୀୟ ବିବରଣୀ ପ୍ରଦାନ କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ରାଜ୍ୟ ବାହାରେ ଫସିଥିବା କିମ୍ବା ନାମ ପଞ୍ଜୀକୃତ ହୋଇ ଦୋକାନରୁ ଉଚିତ ମୂଲ୍ୟରେ ରାଶନ ପାଉ ନ ଥିବା ଦାଦନ ଶ୍ରମିକମାନେ ଏହି ପ୍ୟାକେଜ୍‌ରୁ ଲାଭାନ୍ବିତ ହେବେ। ଏହାସହ ଯେଉଁ ଦାଦନମାନଙ୍କ ରାଶନ କାର୍ଡ ନାହିଁ ସେମାନଙ୍କୁ ପରବର୍ତ୍ତୀ ଦୁଇମାସ ପାଇଁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) କିମ୍ବା ରାଜ୍ୟ କାର୍ଡ ହିତାଧିକାରୀମାନଙ୍କୁ ଜଣପିଛା ୫ କେ.ଜି. ଶସ୍ୟ ପ୍ରଦାନ କରାଯିବ। ଏହାସହ ଏହି ବର୍ଗର ପ୍ରତି ପରିବାରକୁ ୧ କେ.ଜି. ଚଣା ଦୁଇମାସ ପାଇଁ ଦିଆଯିବ। ନିଜ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ଏହା ଏକ ବୈଧ ଚିନ୍ତା। ଏଥିରୁ ୮ କୋଟି ପ୍ରବାସୀ ଲାଭବାନ ହେବେ। ଏଥିପାଇଁ ୩,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଏହି ଅର୍ଥ ବହନ କରିବେ।
ସୀତାରାମନ ଆହୁରି କହିଛନ୍ତି ଯେ, ୨୩ ରାଜ୍ୟର ୬୭ କୋଟି ହିତାଧିକାରୀଙ୍କ ପାଇଁ ‘ଏକ ଦେଶ ଏକ ରାଶନ କାର୍ଡ’ ବ୍ୟବସ୍ଥା ଲାଗୁ କରାଯିବ। ଏହି ଯୋଜନା ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ସହ ଜଡ଼ିତ ୮୩% ଜନସଂଖ୍ୟାକୁ କଭର୍‌ କରିବ। ୨୩ ରାଜ୍ୟରେ ଥିବା ୬୭ କୋଟି ରାଶନ କାର୍ଡଧାରୀ (ଯେଉଁମାନେ କି ପିଡିଏସ୍‌ ଜନସଂଖ୍ୟାର ୮୩%) ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ନ୍ୟାଶନାଲ ପୋର୍ଟେବିଲିଟି ଅଧୀନରେ ଆସିଯିବେ ଏବଂ ମାର୍ଚ୍ଚ ୨୦୨୧ ପୂର୍ବରୁ ୧୦୦% ନ୍ୟାଶନାଲ ପୋର୍ଟେବିଲିଟି ହାସଲ କରାଯାଇପାରିବ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପ୍ରବାସୀମାନଙ୍କୁ ଶସ୍ତାରେ ଭଡ଼ାଘର ଉପଲବ୍ଧ କରାଇବା ନେଇ ମଧ୍ୟ ଘୋଷଣା କରାଯାଇଛି। କେନ୍ଦ୍ର ସରକାର ପ୍ରବାସୀମାନଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରବା ଲାଗି ରାଜ୍ୟ ସରକାରମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌) ବିନିଯୋଗ କରିବାକୁ ଅନୁମତି ଦେଇଛନ୍ତି। ଏହାସହ ଏସ୍‌ଡିଆର୍‌ଏଫ୍‌ ପାଇଁ ୧୧,୦୦୨ କୋଟି ଟଙ୍କାର ଅନୁଦାନ ମଧ୍ୟ ମଞ୍ଜୁର କରିଛନ୍ତି। ସେହିପରି ବାସଚ୍ୟୁତ ହୋଇଥିବା ଲୋକଙ୍କୁ ୩ ବେଳା ଖାଇବା ଦିଆଯାଉଥିବାବେଳେ ସେମାନଙ୍କ ପାଇଁ ଅର୍ଥ ବ୍ୟବସ୍ଥା ମଧ୍ୟ କରାଯାଇଛି। ଶ୍ରମ ଆଇନରେ ସଂଶୋଧନ ଆଣିବା ଉପରେ ମଧ୍ୟ କାମ ଚାଲିଛି ବୋଲି ସୀତାରାମନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri