Categories: ଗଞ୍ଜାମ

ଏକ ଟଙ୍କାରେ ମିଳିବ ଗୋଟିଏ ଚାରା

ବ୍ରହ୍ମପୁର ଅଫିସ୍‌,୪ା୭-ବ୍ରହ୍ମପୁର ବନଖଣ୍ଡ ତରଫରୁ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଚାରା ବିକ୍ରୟ କେନ୍ଦ୍ର ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରି କହିଥିଲେ, ଗଞ୍ଜାମ ଜିଲା ଏକ ବାତ୍ୟାପ୍ରବଣ ଅଞ୍ଚଳ। ଜିଲାରେ ବ୍ୟାପକ ଚାରାରୋପଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଚାରା ବିକ୍ରୟ କେନ୍ଦ୍ରରେ ଚାରା ପିଛା ୧ଟଙ୍କା ମୂଲ୍ୟରେ ଲୋକଙ୍କୁ ଯୋଗାଇ ଦିଆଯିବ। ଛତ୍ରପୁର, ଖଲ୍ଲିକୋଟ, ଦିଗପହଣ୍ଡି, ଗୋଳନ୍ଥରାରେ ମଧ୍ୟ ଚାରା ବିକ୍ରୟ କେନ୍ଦ୍ର ଖୋଲାଯିବ। ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କିସମର ଚାରା ପ୍ରସ୍ତୁତ କରାଯାଇଛି। ଚଳିତ ବନ ମହୋତ୍ସବରେ ଲୋକେ ନିଜ ବାରିିରେ ଅତି କମରେ ଗୋଟିଏ ଚାରାରୋପଣ କରିବାକୁ ବନଖଣ୍ଡ ଅଧିକାରୀ ବେହେରା ଅନୁରୋଧ କରିଛନ୍ତି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ରେଞ୍ଜର ଏ.ରାଜାରାଓ ସୁବୁଦ୍ଧି,ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍‌.ଦିଲୀପ କୁମାର, ମାରୱାଡି ମହିଳା ସମିତିର ସଭାନେତ୍ରୀ ମମତା ଚୌଧୁରୀ, ସମ୍ପାଦିକା ରୁବି ଖେମାଣୀ, ଦିଗାମ୍ବର ପାତ୍ର, ରାଜିବ ପାତ୍ରଙ୍କ ସମେତ ବହୁ କର୍ମଚାରୀ ସହଯେ।ଗ କରିଥିଲେ।