ଏକ ଅମଳିନ ବ୍ୟକ୍ତିତ୍ୱ

ଡ. ସିଦ୍ଧାର୍ଥ କାନୁନ୍‌ଗୋ
ଆଜି ଉତ୍କଳଗୌରବ ମଧୁସୂଦନ ବଞ୍ଚତ୍ଥିଲେ ୧୭୧ ବର୍ଷ ବୟସରେ ପଦାର୍ପଣ କରିଥାନ୍ତେ। ଇତିମଧ୍ୟରେ ତାଙ୍କ ତିରୋଧାନ ହେବାର ମଧ୍ୟ ୮୫ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ମୃତ୍ୟୁର ଦୀର୍ଘବର୍ଷ ପରେ ବି ସେ ଆଜି ଏକ ଚରମ ବିସ୍ମୟ ଭାବେ ପ୍ରତିଭାତ ହୁଅନ୍ତି।
ମଧୁସୂଦନ ଆବିର୍ଭୂତ ହୋଇଥିଲେ ଓଡ଼ିଶାର ଚରମ ଦୁର୍ଦ୍ଦିନରେ। ସେତେବେଳେ ଉତ୍କଳଜନନୀ ଛିନ୍ନମସ୍ତା, ଆମ ରାଜନୈତିକ ଜୀବନ କଳଙ୍କିତ, ଅର୍ଥନୀତି ବିପର୍ଯ୍ୟସ୍ତ ଓ ଆମ ସାମାଜିକ ଜୀବନରେ ଘୋର ଅନ୍ଧକାର। ସେ ଆମ ଭିତରେ ଦେଶପ୍ରେମର ବହ୍ନି ପ୍ରଜ୍ଜ୍ୱଳିତ କରିବାକୁ ଯାଇ କହିଗଲେ, ‘ସ୍ବଦେଶପ୍ରେମ ମନୁଷ୍ୟର ଧର୍ମ, ଏହା ହିଁ ମନୁଷ୍ୟତା’। ସେ ପୁଣି କହିଗଲେ- ”ଜାତି ଇତିହାସ ଜାତିର ନିର୍ଝର, ତହୁଁ ବହେ ସଦା ଜାତିପ୍ରାଣ ଧାର। ସେ ଧାରରୁ ନୀର ପିଇଛି ଯେ ନର, ନିଶ୍ଚୟ ହେବ ସେ ଜାତି କର୍ମବୀର।“ ମଧୁସୂଦନ ହେଉଛନ୍ତି ଜାତୀୟ ସ୍ବାଭିମାନ। ତାଙ୍କ ଜୀବନଗାଥା ସମକାଳୀନ ଓଡ଼ିଶାର ଇତିହାସ। ନାନା ଘାତପ୍ରତିଘାତ ମଧ୍ୟରେ ପିତାଙ୍କର ବାରଣ ସତ୍ତ୍ୱେ ଉଚ୍ଚଶିକ୍ଷାର ପ୍ରବଳ ତୃଷ୍ଣାକୁ ଏଡ଼ାଇ ନ ପାରି ସେ କଲିକତାରେ ପହଞ୍ଚତ୍ଲେ। କଲେଜରେ ନାମ ଲେଖାଇବା ପାଇଁ ପଇସାର ଅଭାବ। ପରିଶେଷରେ ଲଣ୍ଡନ ମିଶନ ସୋସାଇଟି କଲେଜ, ଭବାନୀପୁରରେ ପହଞ୍ଚତ୍ଲେ। କଲେଜ ସୁପରିଣ୍ଟେଣ୍ଡେଣ୍ଟ ମଧୁସୂଦନଙ୍କଠାରୁ ତାଙ୍କ ଦୁରବସ୍ଥା ଶୁଣି ତାଙ୍କ କଲେଜରେ ସ୍ଥାନ ଦେବା ସଙ୍ଗେ ସଙ୍ଗେ ପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ମାସକୁ ୭ଟଙ୍କା ହିସାବରେ ବୃତ୍ତି ଦେବାକୁ ମଧ୍ୟ ରାଜି ହେଲେ। କଲିକତାର ତରୁଣ ବଙ୍ଗାଳୀ ସଂଘ ସେତେବେଳକୁ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ। ମଧୁସୂଦନ ଯୁଗରୁଚିର ଏହି ଦୁର୍ବାର ପ୍ରଭାବରୁ ବେଶିଦିନ ନିଜକୁ ମୁକ୍ତ କରିପାରି ନ ଥିଲେ। ଶେଷରେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ପିତା ରଘୁନାଥ ଦାସଙ୍କ ଦ୍ୱାରା ତ୍ୟଜ୍ୟପୁତ୍ର ଘୋଷିତ ହେଲେ।
୧୮୭୧ ମସିହାରେ ସେ ଏମ୍‌ଏ ପଢ଼ୁଥିବା ବେଳେ ଜର୍ମାନୀର ବିସ୍‌ମାର୍କ ଓ ଇଟାଲୀର ଗାରିବାଲ୍‌ଡି ପ୍ରଭୃତି ଏକ ଦେଶାଭିମାନ ଓ ତ୍ୟାଗ କାହାଣୀ ସେ ଶୁଣିଥିଲେ ଏବଂ ଓଡ଼ିଶାର ଦୁର୍ଦ୍ଦଶା କଥା ମନେପକାଇ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ। କଲିକତାରେ ଥିବାବେଳେ ବଙ୍ଗୀୟ ଲଳନା ସୌଦାମିନୀଙ୍କୁ ସେ ବିବାହ କରିଥିଲେ। ଆଇନ କଲେଜରେ ପଢ଼ୁଥିବା ସମୟରେ ମଧୁସୂଦନ ବଙ୍ଗ ବ୍ୟାଘ୍ର ସାର୍‌ ଆଶୁତୋଷ ମୁଖାର୍ଜୀଙ୍କର ଗୃହଶିକ୍ଷକ ଥିଲେ। ସେ ତାଙ୍କର କେବଳ ଗୃହଶିକ୍ଷକ ନ ଥିଲେ, ଅଧିକନ୍ତୁ ଥିଲେ ଦୀକ୍ଷାଗୁରୁ। ମଧୁସୂଦନଙ୍କ ସ୍ମୃତିଚାରଣ କରି ସାର୍‌ ଆଶୁତୋଷ ମୁଖାର୍ଜୀ କହନ୍ତି, ”ମଧୁବାବୁ ମୋତେ କେବଳ ଇଂଲିଶ ଶିକ୍ଷା ଦେଇ ନ ଥିଲେ, ମନୁଷ୍ୟ ଜୀବନରେ ଚରିତ୍ର ଓ ସ୍ବାଧୀନତା ଦୁଇଟି ପ୍ରଧାନ ଗୁଣ ବୋଲି ବ୍ୟକ୍ତ କରି ସେଥିରେ ଅନୁପ୍ରାଣିତ ହେବାକୁ କହିଥିଲେ।
ଏ ଜାତିର ଜୀବନରେ ମଧୁସୂଦନ ହିଁ ପ୍ରଥମେ ଜାତୀୟ ଜାଗରଣର ଶୁଭ ସ୍ପନ୍ଦନ ଖେଳାଇ ଦେଇଥିଲେ। ବାସ୍ତବରେ ମଧୁବାବୁଙ୍କ ଦ୍ୱାରା ଗଠିତ ଉତ୍କଳ ସମ୍ମିଳନୀ ରାଜା, ମହାରାଜା, ଧନୀ, ନିର୍ଦ୍ଧନ ସବୁ ଶ୍ରେଣୀର ଲୋକଙ୍କର ମହାମିଳନ ସ୍ଥଳୀ ଥିଲା। ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକତ୍ର କରି ଏକ ଶାସନ ଅଧୀନରେ ଆଣିବା ପାଇଁ ଏହି ସମ୍ମିଳନୀ ଗଠିତ ହୋଇଥିଲା। ପରେ କିନ୍ତୁ ଦେଶର ଯାବତୀୟ ଉନ୍ନତି ପାଇଁ ଏହି ସମ୍ମିଳନୀ କାର୍ଯ୍ୟର ପରିସର ବୃଦ୍ଧି ହୋଇଥିଲା। କୃଷି, ବାଣିଜ୍ୟ ଓ କଳା ଆଦି ଯାବତୀୟ ବିଷୟରେ ଓଡ଼ିଶା କିପରି ବିଦେଶରେ ଖ୍ୟାତି ଅର୍ଜ୍ଜନ କରିବ ସବୁବେଳେ ଏ ବିଷୟରେ ଆଲୋଚନା ହେଉଥିଲା। ଏହି ଆଲୋଚନାର ଫଳସ୍ବରୂପ ମଧୁବାବୁ ନିଜ ହାତରୁ ପଇସା ଖର୍ଚ୍ଚକରି ଉତ୍କଳ ଟ୍ୟାନେରୀ ଓ ଓଡ଼ିଶା ଆର୍ଟୱାକର୍‌ସ ନାମରେ ଦୁଇଟି ଅନୁଷ୍ଠାନ ସ୍ଥାପନ କରିଥିଲେ। ଉତ୍କଳ ଟ୍ୟାନେରୀର ଜୋତା ଓ ତାରକସି କାରଖାନାରେ ପ୍ରସ୍ତୁତ ହେଉଥିବା କାର୍ଯ୍ୟ ସାତସମୁଦ୍ର ତେରନଈ ପାରିହୋଇ ସୁଦୂର ପାଶ୍ଚାତ୍ୟ ଦେଶରେ କ୍ଷୁଦ୍ର ଉତ୍କଳର ଖ୍ୟାତିକୁ ପରିବର୍ଦ୍ଧିତ କରିଥିଲା।
ଉତ୍କଳ ସମ୍ମିଳନୀର ଚାରୋଟି ଲକ୍ଷ୍ୟ ଥିଲା: ୧. ପ୍ରାକୃତିକ ଉତ୍କଳର ଏକତା ସ୍ଥାପନ, ୨. ଉତ୍କଳର ସର୍ବାଙ୍ଗୀଣ ଉନ୍ନତି ସାଧନ, ୩. ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଏବଂ ୪. ପ୍ରବାସୀ ଓ ପରିତ୍ୟକ୍ତ ଅଞ୍ଚଳରେ ଥିବା ଓଡ଼ିଆଙ୍କ ସ୍ବାର୍ଥ ସଂରକ୍ଷଣ। ମଧୁସୂଦନ ଏହି ସମ୍ମିଳନୀକୁ ସକ୍ରିୟ କରିବା ପାଇଁ ପ୍ରଚୁର ଅର୍ଥ ମଧ୍ୟ ଖର୍ଚ୍ଚ କରୁଥିଲେ। ସେଦିନ ମଧୁସୂଦନଙ୍କର ଭୂୟସୀ ପ୍ରଶଂସା କରି ଅମୃତ ବଜାର ପତ୍ରିକା ତାଙ୍କ ତା ୯ା୧ା୧୯୦୪ରିଖ ସଂସ୍କରଣରେ ଲେଖିଥିଲେ- ”ଏହି ସମ୍ମିଳନୀର ପରିକଳ୍ପନା ହେଲା ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ମିଃ. ଏମ୍‌.ଏସ୍‌. ଦାସଙ୍କର ମାନସ ସନ୍ତାନ।
ଏହା ଥିଲା ତତ୍କାଳୀନ ଖଣ୍ଡବିଖଣ୍ଡିତ ଓଡ଼ିଶାର ନେତା ମଧୁବାବୁଙ୍କର ନଭଶ୍ଚୁମ୍ବୀ ବ୍ୟକ୍ତିତ୍ୱ। ସେ ଓଡ଼ିଶାରେ ନବଜାଗରଣ ବା ରେନେଁସାର ପ୍ରବର୍ତ୍ତକ। ସେଦିନ ରେଭେନ୍‌ଶା କଲେଜରୁ ଆଇନ ପାଠ୍ୟକ୍ରମ ଉଠିଯାଇଥିଲା। ମାତ୍ର ସେ ବିନା ବେତନରେ ଆଇନ ଅଧ୍ୟାପନା କରିବାକୁ ରାଜି ହେବାରୁ ଆଇନ କଲେଜ ରହିଲା। କଲିକତାରେ ପଢ଼ୁଥିବା ବେଳେ ସଂସ୍କୃତ ତାଙ୍କର ଅନ୍ୟତମ ବିଷୟ ଥିଲା। ପରୀକ୍ଷାରେ ମାତୃଭାଷା ଲିପିରେ ସଂସ୍କୃତ ଲେଖିବାର ନିୟମ ଥିଲେ ମଧ୍ୟ ସେଥିରେ ଓଡ଼ିଆ ଲିପିର ବ୍ୟବସ୍ଥା ନ ଥିଲା। କିନ୍ତୁ ମଧୁବାବୁଙ୍କ ଜିଦ୍‌ ହେଲା ସେ ଓଡ଼ିଆ ଲିପିରେ ହିଁ ପରୀକ୍ଷା ଦେବେ। କଲେଜର ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ପରିଶେଷରେ ସେ ଗଭର୍ନରଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କ ପାଖରେ ନିଜର ଦାବି ଉପସ୍ଥାପନ କରି ଓଡ଼ିଆ ଲିପିରେ ପରୀକ୍ଷା ଦେଇଥିଲେ। ପରାଧୀନ ଭାରତରେ ଏହା କିଛି ଛୋଟିଆ କଥା ନୁହେଁ।
ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଦୁଇ ତିନିଟି ଅଧିବେଶନରେ ସେ ଓଡ଼ିଶା ତରଫରୁ ଯୋଗ ଦେଇଥିଲେ। ସେଠାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ସହଯୋଗ ନ ପାଇବାରୁ ସେ ଜାତୀୟ କଂଗ୍ରେସର ପରବର୍ତ୍ତୀ ଅଧିବେଶନକୁ ବର୍ଜନ କଲେ ଓ ଉତ୍କଳ ସମ୍ମିଳନୀ ମାଧ୍ୟମରେ ହିଁ ଆନ୍ଦୋଳନ ଜାରି ରଖିଲେ। ମଧୁବାବୁ ଥିଲେ ସ୍ବାୟତ୍ତ ଶାସନର ବଳିଷ୍ଠ ଉଦ୍ୟୋକ୍ତା। ତାଙ୍କରି ପ୍ରଚେଷ୍ଟାରେ ବିହାର ଓଡ଼ିଶା ସ୍ବାୟତ୍ତ ଶାସନ ଆଇନ ପ୍ରଣୀତ ହୋଇଥିଲା।
(୨୮ା୪ ଉତ୍କଳଗୌରବ ମଧୁସୂଦନଙ୍କ ଜୟନ୍ତୀ ଉପଲକ୍ଷେ)
ମୋ- ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri