ଏକ୍‌ କରି ବଁ।ଧି ରଖିଛେ ନୂଅଁ।ଖାଇ: ସଜବାଜରେ ମାତିଛନ୍‌ କଠାରପାଲି ଗଁ।ବାସୀ

 

ସୋହେଲା,୩୧।୮(ଡି.ଏନ.ଏ):
ଆଉର ଦିନ୍‌ କେତେଟା ଉତାରୁ ପଶ୍ଚିମ ଓଡ଼ିଶାର ସିଘା ପରବ୍‌ ନୂଅଁାଖାଇ ପାଲନ ହେବା। ଇଥିରଲାଗି ଗଁ। ଗଁଲିରୁ ସହର ତକ୍‌ ସବୁଠାନେ ଲୋକ୍‌ ସଜ୍‌ବାଜରେ ଲାଗି ପଡ଼ିଛନ୍‌। ଘରଦୁଆର ଲିପାପୁଛା, ଘସାମଜା କରି ଚକାଚକ୍‌ କରି ସାଏଲେନ। ନୂଅଁାଖାଇର ଲାଗି ନୂଅଁା କପଡ଼ାଲତା, ନୂତନ୍‌ ହଁାଡ଼ି ପାତଲି ସବୁ ଘିନାବିକା କରୁଛନ୍‌। ସେନ୍‌ତା ଗଁ। ମାନକେ ପିଲାମାନେ ରାସ୍‌ତାଘାଟ ସଫାସୁତର କରବାରେ ଲାଗିପଡ଼ିଛନ୍‌। ଆଏଜ୍‌କାଲି ଗଁାଗଁଲିମାନକେ ଭିନେ ଭିନେ କାରନ୍‌ରୁ ଲୁକ୍‌କର ଭିତ୍‌ରେ ଭଲ୍‌ ଭାବ୍‌ ନାଇଁ ରହେବାର। ହେଲେ ଇ ନୂଅଁାଖାଇ ଦିନ ସଭେ ଅଘର ମାଡ଼ଗାଲି, ଭେଦଭାବ ପାସରି ସଭେ ସମ୍‌କୁ ଜୁହାର ଭେଟ ହେସନ୍‌। ଆଏଜ୍‌ ବି ଅନେକ ଏନ୍‌ତା ଗଁା ଅଛେ ଯେନ୍‌ଠାନେ ଗଁା ଜାକ ଲୋକ୍‌ ଏକ୍‌ଠାନିଅଁା ବସି ନୂଅଁା ଖାଏବାର ସଂଗେ ଏକତାର ପରିଚଏ ଦେଉଛନ୍‌।
ବରଗଡ ଜିଲା ସୋହେଲା ବ୍ଲକ ଡୁମେରପାଲି ପଁଚେତ୍‌ ଅଧୀନ କଠାରପାଲି ଗଁା ବ୍ଲକ ସଦରନୁ ୬ କି.ମି. ଦୂରେ ରହିଛେ। ଗଁାରେ କୁଲତା, ଗଉଡ଼, କୁମ୍ଭାର, ଅନୁସୂଚିତ ଜାତି ମିଶି ପାଖାପାଖି ୫ଶହ ଲୋକ୍‌ ରହିଛନ୍‌। ଗଁାଟା ଛୁଟିଆ ହେଇଥିଲାବେଲେ ସଭେ ସମକୁ ମିଶିଗୁଲି ଚଲୁଛନ୍‌। ଏନ୍‌ତା କି ସମସିଆର ସମାଧାନ ଲାଗି ସଭେ ସମ୍‌କୁ ସହଯୋଗ କରୁଛନ୍‌। ଇ ମହତ୍‌ ଚିନ୍‌ତାଧାରା ଲାଗି କଠାରପାଲି ଗଁାବାସୀ ଆଏଜ୍‌କେ ୧୧ ବଛର ହେଲା(୨୦୦୯)ରୁ ସଭେ ମିଶି ଏକଠାନିଅଁା ନୂଅଁା ଖାଉଛନ୍‌। ଇଥିରଲାଗି ଗୁଟେ କମିଟି ଗଠନ କରାଯାଇଛେ। ଚଲତି ବଛର ନୂଅଁାଖାଇର ଲାଗି ଗଁାବାସୀ ସଭା କରି କେନ୍‌ଥେଇ ନୂଅଁାଖାଇ ପାଲନ କରାଯିବା ଆଲୋଚନା କରବାର ସଂଗେ ଭିନେ ଭିନେ ଲୁକ୍‌କୁ ଦାଇତିଅ ଦେଇଛନ୍‌।