Categories: ଜାତୀୟ

ଏକ୍‌ଜିଟ୍‌ ପୋଲ୍‌ ପରେ ଆକ୍ସନ ମୁଡ୍‌ରେ ମାୟାବତୀ

ଲକ୍ଷ୍ନୌ,୨୧।୫: ଏକ୍‌ଜିଟ୍‌ ପୋଲ ଆସିବା ପରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ମୁଖ୍ୟ ମାୟାବତୀ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦଳର ପୁରୁଣା ସଦସ୍ୟ ରାମବୀର ଉପାଧ୍ୟୟଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଏଥିସହ ଦଳର ମୁଖ୍ୟ ସଚେତକ ପଦରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ଦଳ ବିରୋଧୀ ଗତିବିଧିରେ ସେ ସାମିଲ ହୋଇଥିବା ନେଇ ଅଭିଯୋଗ ହୋଇଛି। ଲୋକ ସଭା ନିର୍ବାଚନ ସମୟରେ ଦଳ ବିରୋଧୀ ଗତିବିଧିରେ ସେ ସଂପୃକ୍ତ ଥିଲେ ବୋଲି ଦଳର ମହାସଚିବ ମେବାଲାଲ ଗୌତମ କହିଛନ୍ତି। ଏଥିସହ ଆଗ୍ରା, ଫତେହପୁର ସିକରୀ, ଅଲୀଗଢ଼, ସମେତ ବହୁ ଆସନରେ ଛିଡା ହୋଇଥିବା ବିଏସ୍‌ପି ପ୍ରାର୍ଥୀଙ୍କୁ ରାମବୀର ବିରୋଧ କରୁଥିବା ବେଳେ ବିରୋଧୀ ଦଳଙ୍କୁ ସମର୍ଥନ କରୁଥିବା ସେ ଅଭିଯୋଗ କରିଛନ୍ତି। ଗତ କିଛି ଦିନରୁ ରାମବୀର ଭାଜପାରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା।

Share