Categories: ଜାତୀୟ

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଦିନରେ ସ୍ବପ୍ନ ଦେଖିବା ଠିକ୍‌ ନୁହେଁ କହିଲେ ପ୍ରକାଶ ରାଜ

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ସରିଥିବା ବେଳେ ଏବେ ଅପେକ୍ଷା ଫଳାଫଳକୁ । ରବିବାର ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ପ୍ରାୟ ସବୁ ଟେଲିଭିଜନ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି ଏକ୍‌ଜିଟ୍‌ ପୋଲ୍‌। ଏହାକୁ ନେଇ କିଏ କେତେ ପ୍ରକାର ମନ୍ତବ୍ୟ ଦେଉଛନ୍ତି। ହେଲେ ବଲିଉଡ୍‌ ଅଭିନେତା ତଥା ରାଜନେତା ପ୍ରକାଶ ରାଜ୍‌ ଯାହା ଟୁଇଟ୍‌ କରିଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି। ପ୍ରକାଶ କହିଛନ୍ତି ଦିନରେ ସ୍ପପ୍ନ ଦେଖିଲେ ପୁଣିଥରେ ଖରାପ ସ୍ବପ୍ନ ଫେରିଥାଏ। ଏକ୍‌ଜିଟ୍‌ ପୋଲ୍‌ରେ ଅଧିକାଂଶ ଚ୍ୟାନେଲ ଏନ୍‌ଡିଏ ସରକାର ଗଢିବା କଥା କହୁଥିବାରୁ ପ୍ରକାଶ କହିଛନ୍ତି ଏସବୁ ହେଉଛି ଦିିନର ସ୍ବପ୍ନ। ତେଣୁ ଏସବୁକୁ ଭୁଲି ବାସ୍ତବତାକୁ ଆସିବା ସହ ଆସନ୍ତା ୨୩ ତାରିଖରୁ ଅପେକ୍ଷା ରଖିବା ଭଲ। ଲୋକ ପ୍ରକାଶଙ୍କର ଏହି ଟୁଇଟ୍‌କୁ ଦେଖି ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି।

Share