ଏକ୍ସ ବୟଫ୍ରେଣ୍ଡଙ୍କ ସହ ଫଟୋ ଶେୟାର କଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ପଦ୍ମାବତ ଫେମ୍‌ ଦୀପିକା ପାଦୁକୋନ ଆଜିକାଲି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ଅବଶ୍ୟ ପୂର୍ବରୁ ସେ ଯେତିକି ଆକ୍ଟିଭ ଥିଲେ ଲକ୍‌ଡାଉନ ପରଠାରୁ ସେ ଆହୁରି ଆକ୍ଟିଭ ହୋଇଯାଇଛନ୍ତି। ନିକଟରେ ସେ ଏମିତି ଦୁଇଟି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହା ଆସିଛି ଚର୍ଚ୍ଚାକୁ। ଦିର୍ଘ ୭ ବର୍ଷ ତଳର ପୁରୁଣା କଥାକୁ ପୁଣି ମନେପକାଇଛନ୍ତି ଦୀପିକା। ତାଙ୍କର ଏକ୍ସ ବୟଫ୍ରେଣ୍ଡ କୁହାଯାଉଥିବା ରଣବୀର କପୁରଙ୍କ ସହ ରୋମାଣ୍ଟିକ ମୁଡରେ ଥିବା ଦୁଇଟି ଫଟୋ ଦୀପିକା ଶେୟାର କରିଛନ୍ତି। ଏହି ଫଟୋ ବଲିଉଡ୍‌ ଫିଲ୍ମ ‘ୟେ ଜବାନି ହୈ ଦିଓ୍ବାନି’ ସମୟର ବୋଲି ଜଣାପଡିଛି।

ତେବେ ଫିଲ୍ମକୁ ୭ ବର୍ଷ ପୂରଣ ହୋଇଥିବା ଅବସରରେ ଅଭିନେତ୍ରୀ ଦୀପିକା ଏହି ଫଟୋକୁ ଶେୟାର କରିଛନ୍ତି। ସବୁଠାରୁ ମଜାଦାର କଥା ହେଉଛି ଏହାକୁ ଦେଖିବା ପରେ ଦୀପିକାଙ୍କ ପତି ରଣବୀର ସିଂ ଏକ କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି ‘କ୍ୟୁଟ’। ତେବେ ୨୦୧୩ ମେ ୩୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ୟେ ଜବାନି ହୈ ଦିଓ୍ବାନି’ ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ବିଶେଷଭାବେ ୟଙ୍ଗ ଅଡିୟନ୍ସ ଏହାକୁ ବେଶ୍‌ ପସନ୍ଦ କରିଥିଲେ।

Share