Categories: ଜାତୀୟ

ଏକ୍ସପ୍ରେସ୍‌ଓ୍ବେରେ ବିମାନର ଜରୁରୀ ଅବତରଣ

ଗାଜିଆବାଦ,୨୩।୧: ଉତ୍ତରପ୍ରଦେଶ ଗାଜିଆବାଦର ସହରପୁର ଗାଁ ନିକଟରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ୍‌ଓ୍ବେରେ ଗୁରୁବାର ଏକ ବିମାନକୁ ଜରୁରୀ ଅବତରଣ କରାଯାଇଛି। ତେବେ ବିମାନରେ ଯାନ୍ତ୍ରୀକ ତୃଟି ପରିଲକ୍ଷିତ ହେବାରୁ ରାସ୍ତା ଉପରେ ବିମାନଟିକୁ ଅବତରଣ କରାଯାଇଥିବା ସୂଚନା ମିଳିଛି। ଏହା ଏକ ଟୁ ସିଟର ଚାର୍ଟର୍ଡ ବିମାନ ବୋଲି ଜଣାପଡିଛି। ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ଏହା ଠିକଭାବେ ଲ୍ୟାଣ୍ଡିଂ ନ କରିପାରିବାରୁ ଏହି ଚାର୍ଟର୍ଡ ବିମାନର ରାଇଟ୍‌ ଓ୍ବିଙ୍ଗ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ତେବେ ଭାରତୀୟ ବାୟୁସେନାର ଯବାନଙ୍କ ସହଯୋଗରେ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ରହିଛି।

Share