Categories: ଫୁରସତ

ଏକ୍ସପର୍ଟଙ୍କ ପରି ଜେସିବି ଚଲାଉଛନ୍ତି ୫ ବର୍ଷର ବାଳକ, ପ୍ରଶଂସା କଲେ ସେହଓ୍ବାଗ୍‌

ଜେସିବି ଗାଡ଼ି ଚଲାଇବା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବାକୁ ପଡ଼ିଥାଏ। ମାତ୍ର ଜଣେ ୫ ବର୍ଷର ବାଳକ ବିନା ପ୍ରଶିକ୍ଷଣରେ ଜଣେ ଦକ୍ଷ ପ୍ରଶିକ୍ଷକ ଭାବେ ଏହାକୁ ଚଲାଉଛନ୍ତି। ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମାତ୍ର ୨ ମିନିଟର ଏହି ଭିଡିଓରେ ବାଳକଟି ପ୍ରଥମ ଶ୍ରେଣୀରେ ପଢ଼ୁଥିବା କହୁଛନ୍ତି। ଏଥିସହ ସେ ଜେସିବି ଚଲାଇବାରେ ଦକ୍ଷ ବୋଲି ମଧ୍ୟ କହୁଛନ୍ତି। ଭିଡିଓରେ ବାଳକଟି ଜେସିବି ଚଲାଇବା ସହ ମାଟି ଉଠାଉଛନ୍ତି, ଅତି ସହଜରେ ଗାଡ଼ିକୁ ଆଗପଛ ବି କରୁଛନ୍ତି। ଏହି ଭିଡିଓକୁ ଭାରତର ପୂର୍ବତନ କ୍ରିକେଟ ଖେଳାଳୀ ବିରେନ୍ଦ୍ର ସେହଓ୍ବାଗ୍‌ ସୋସିଆଲ ମିଡିଆରେ ଶେୟାର କରିବା ସହ ତା’ ର ପ୍ରଶଂସା କରିଛନ୍ତି।

Share