ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ

ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌ କରିଥିଲେ। ମହିମା ଧର୍ମ ହେଉଛି ଓଡ଼ିଶାର ନିଜସ୍ବ ଧର୍ମ। ଏହା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଏକେଶ୍ୱରବାଦ ଧର୍ମ। ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ସ୍ବୟଂ ମହିମା ଗୋସାଇଁ। ଏହି ଧର୍ମ ଏକ ଯୁଗାନ୍ତକାରୀ ଧର୍ମ। ସମାଜରେ ପ୍ରଚଳିତ କୁସଂସ୍କାର ଅନ୍ଧବିଶ୍ୱାସକୁ ଦୂର କରି ଏକ ମାନବାଦ ସମାଜ ଗଢ଼ିବା ପାଇଁ ମହିମା ସ୍ବାମୀ ଭୀମ ଭୋଇଙ୍କୁ ଦାୟିତ୍ୱ ଦେଇଥିଲେ। ଭୀମ ଭୋଇଙ୍କ ସାହିତ୍ୟ ସର୍ଜନା ଯୋଗୁ ମହିମା ଧର୍ମ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ସୁପରିଚିତ। ସଂସାରର ମଙ୍ଗଳ କାମନା କରୁଥିବା ଦରଦୀ କବି ଭୀମ ଭୋଇ ଗୁରୁ ମହିମା ସ୍ବାମୀଙ୍କ ପ୍ରତ୍ୟକ୍ଷ କୃପା ଲାଭ କରି ସର୍ବବିଦିତ ହୋଇଛନ୍ତି। ତାଙ୍କ ରଚନାରେ ମହିମା ଧର୍ମ ସହିତ ସଂସାରକୁ ପରିବର୍ତ୍ତନ କରିବାର ବାଣୀ ବେଶ୍‌ ପରିଲକ୍ଷିତ ହୋଇଥାଏ। ସଂସାରର ମଙ୍ଗଳ କାମନା କରୁଥିବା ସେ ବୋଧହୁଏ ପ୍ରଥମ କବି। ବର୍ତ୍ତମାନ ବହୁ ଗବେଷକ ମହିମା ସ୍ବାମୀ, ଭୀମ ଭୋଇ, ଭୀମ ଭୋଇଙ୍କ କୃତି ଓ ମହିମା ଧର୍ମ ଉପରେ ଗବେଷଣା ଜାରି ରଖିଛନ୍ତି। ଏବେ ବି ଅନେକ ତଥ୍ୟ ଅପ୍ରକାଶିତ, ଅନାଲୋଚିତ ହୋଇରହିଛି।
ଧର୍ମ ସଂସ୍କୃତି ଆଧ୍ୟାତ୍ମିକ ଚେତନା ବେଳେ ବେଳେ ମନୁଷ୍ୟ ସମାଜକୁ ପ୍ରଭାବିତ କରିଥାଏ। ମନୁଷ୍ୟର ଧାର୍ମିକ ଚିନ୍ତାଧାରାରେ ପରିବର୍ତ୍ତନ ଆସିଥାଏ। ଧର୍ମ ନୀତି ଆଦର୍ଶ ସହିତ ବେଳେ ବେଳେ ସାଧୁସନ୍ଥଙ୍କ ବାଣୀ ଆଦର୍ଶ ମନୁଷ୍ୟ ସମାଜ ଉପରେ ପ୍ରଭାବ ପକାଇଥାଏ। ସେହି କ୍ରମରେ ମହିମା ସ୍ବାମୀ ହେଉଛନ୍ତି ଅଦ୍ୱିତୀୟ, ଅଣାକାର, ଅଲେଖ ଓ ଅରୂପ।
ମହିମା ଧର୍ମର ଗବେଷକଙ୍କ ମତରେ ମହିମା ସ୍ବାମୀ ପ୍ରଥମେ ହିମାଳୟରେ ଆବିର୍ଭାବ ହୋଇଥିଲେ। ଅନେକ ବର୍ଷ ପରେ ପୁରୁଷୋତ୍ତମ କ୍ଷେତ୍ର ପୁରୀରେ ଧୂଳିଆବାବା ନାମରେ ଆବିର୍ଭୂତ ହେଲେ। ପରବର୍ତ୍ତୀ ସମୟରେ କଟକ ଏବଂ ଭୁବନେଶ୍ୱରର ଖଣ୍ଡଗିରିଠାରେ କିଛିବର୍ଷ ଅବସ୍ଥାନ କରିଥିଲେ। ତାଙ୍କର ଅଲୌକିକ ମହିମା ପ୍ରସାରିତ ହେବା ପରେ ଲୋକଙ୍କ ଯିବା ଆସିବା ତାଙ୍କ ପାଖକୁ ଲାଗିରହିଲା। ଫଳତଃ ଧ୍ୟାନରେ ବ୍ୟାଘାତ ହେବାରୁ ସେ ସ୍ଥାନ ପରିତ୍ୟାଗ କରି ସେ ଢେଙ୍କାନାଳର କପିଳାସ ପର୍ବତରେ ଧ୍ୟାନରତ ରହିଲେ। କପିଳାସରେ ଅବସ୍ଥାନ କରୁଥିବା ସମୟରେ ଗୋବିନ୍ଦ ଦାସ ତାଙ୍କର ପ୍ରଥମ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଗୋବିନ୍ଦ ଦାସ ଯେହେତୁ ବୌଦ୍ଧ ଜିଲାର ଥିଲେ ସେ ବୌଦ୍ଧରେ ମହିମା ଧର୍ମ ପ୍ରଚାର କରିବା ସହିତ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ମହିମା ମଠ ନିର୍ମାଣ କରିଥିଲେ। ଶିଷ୍ୟ ଗୋବିନ୍ଦ ଦାସଙ୍କ ସହିତ ମହିମା ସ୍ବାମୀ ଓଡ଼ିଶାର ଅନେକ ସ୍ଥାନ ଭ୍ରମଣ କରି ମହିମା ଧର୍ମ ପ୍ରଚାର କରିବା ସହିତ ମଠ ନିର୍ମାଣ କାର୍ଯ୍ୟ ମଧ୍ୟ କରିଥିଲେ। ସେହି ସମୟରେ ରେଢ଼ାଖୋଲର କାଙ୍କଣପଡ଼ା ଗ୍ରାମରେ ଚୈତନ୍ୟ ପ୍ରଧାନଙ୍କ ଗୃହରେ ରହୁଥିବା ଅନାଥ ବାଳକ ଭୀମ ଭୋଇଙ୍କ ସହ ମହିମା ସ୍ବାମୀ ଓ ଗୋବିନ୍ଦ ଦାସଙ୍କର ସାକ୍ଷାତ୍‌ ହୋଇଥିଲା। ଭୀମ ଭୋଇଙ୍କଠାରେ ମହିମା ଗୋସାଇଁ କବିତ୍ୱ ଭାବ ଥିବା ଦେଖି ପାରିଥିଲେ। ଭୀମ ଭୋଇ ତାଙ୍କ ‘ନିର୍ବେଦ ସାଧନ’ ଗ୍ରନ୍ଥରେ ମହିମା ଧର୍ମରେ ଦୀକ୍ଷିତ ହେବା କଥା ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି। ଶିଷ୍ୟମାନଙ୍କ ସହିତ ମହିମା ଗୋସାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ମହିମା ଧର୍ମ ପ୍ରଚାର ପ୍ରସାର କରିବା ସହିତ ଆଶ୍ରମ ନିର୍ମାଣ କରିଥିଲେ। ମହିମା ସ୍ବାମୀ ଶେଷ ସମୟ ପର୍ଯ୍ୟନ୍ତ ଯୋରନ୍ଦାରେ ଅବସ୍ଥାନ କରିଥିଲେ। ୧୮୭୫ ମସିହା ଶୁକ୍ଳ ଚତୁର୍ଦ୍ଦଶୀରେ ମହିମା ସ୍ବାମୀ ପ୍ରଥମେ ଯୋରନ୍ଦା ମହିମା ଗାଦିରେ ଧୁନି ସ୍ଥାପନ କରି ମହିମା ମେଳା ଆରମ୍ଭ କରିଥିଲେ। ଏହି ମେଳାରେ ସେ ଘୃତାହୁତି ଅର୍ପଣ ପୂର୍ବକ ଜଗତର ମଙ୍ଗଳ କାମନା କରିଥିଲେ। ୧୮୭୬ ମସିହା ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀରେ ଯୋରନ୍ଦା ଟୁଙ୍ଗିରେ ମହିମା ସ୍ବାମୀ ଦେହତ୍ୟାଗ କରିଥିଲେ। ମହିମା ସ୍ବାମୀଙ୍କ ଦେହାବସାନ ପରେ ପ୍ରଭୁଙ୍କ ଆଜ୍ଞା ମୁତାବକ ସମାଧି ମନ୍ଦିର ନିର୍ମାଣ କରାଗଲା। ଏହାକୁ ଗାଦି ମନ୍ଦିର ମଧ୍ୟ କୁହାଯାଏ। ମହିମା ସ୍ବାମୀ ଯୋରନ୍ଦାର ଯେଉଁ ଟୁଙ୍ଗିରେ ଧର୍ମ ଉପଦେଶ ଦେଉଥିଲେ ତାହା ଶୂନ୍ୟ ମନ୍ଦିର ଭାବେ ପରିଚିତ। ମହିମା ସ୍ବାମୀଙ୍କ ଧର୍ମ ଉପଦେଶ ବାଣୀ ତଥା ତାଙ୍କର ଅଲୌକିକ ଗୁଣ ପାଇଁ ସେ ପ୍ରଭୁ ଅଲେଖ ମହିମା ଗୋସାଇଁ ଭାବରେ ପ୍ରତିଷ୍ଠିତ। ଭୀମ ଭୋଇ ଥିଲେ ମହିମା ଗୋସାଇଁଙ୍କ ପରମ ଭକ୍ତ। ଗୁରୁଙ୍କ ନାମ ଅନୁଯାୟୀ ମହିମା ଧର୍ମ ହୋଇଥିବାରୁ ଭୀମ ଭୋଇ ନିଜର ଭଜନ ଜଣାଣ ଚଉତିଶା ମାଧ୍ୟମରେ ସମଗ୍ର ଓଡ଼ିଶାରେ ଏହି ଧର୍ମର ପ୍ରଚାର ପ୍ରସାର କରିଥିଲେ। ମାନବ ଧର୍ମର ପ୍ରଚାରକ ଓ ପ୍ରସାରକ ଭାବରେ ସେ ସମସ୍ତଙ୍କ ଉପାସ୍ୟ।
ଆଠମଲ୍ଲିକ, ଅନୁଗୁଳ
ମୋ:୭୬୦୬୯୫୭୪୪୫

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ: ଜଣାପଡୁନି କାରଣ ଚିନ୍ତାରେ…

ଭୁବନେଶ୍ୱର,୧।୨: ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

Budget 2026: ବଜେଟ୍‌ରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା! ବଢିବ ଚାକିରି…

ନୂଆଦିଲ୍ଲୀ,୧।୨: ୨୦୨୬ ମସିହାର କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, ସାରା ଦେଶର ଅର୍ଥନୀତିଜ୍ଞମାନେ ସରକାରଙ୍କ ସମ୍ଭାବ୍ୟ ପ୍ରାଥମିକତା ଉପରେ ସେମାନଙ୍କର ମତାମତ ପ୍ରଦାନ କରୁଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ…

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri