ଏକେଲା ରେସ୍ତୋରାଁ ଯାଇପାରିବେ ସୌଦି ମହିଳା

ରିୟାଦ,୯।୧୨: ଧିରେ ଧିରେ ସୌଦି ମହିଳାଙ୍କୁ ନେଇ ଥିବା କଟକଣା ହଟିବାରେ ଲାଗିଛି। ପୂର୍ବରୁ ଜଣେ ସୌଦି ମହିଳା ଏକେଲା ରେସ୍ତାରାଁ ଯିବାକୁ ବାରଣ କରାଯାଉଥିଲା। କେବଳ ସେ ତାଙ୍କର ଯେକୌଣସି ସମ୍ପର୍କୀୟ ପୁରୁଷଙ୍କ ସହ ରେସ୍ତୋରାଁ ଯାଇ ପାରିବେ। ହେଲେ ଏବେ ଏହି ନିୟମ ହଟାଇ ଦିଆଇଛି। ଏଣିକି ସୌଦିର ମହିଳାମାନେ ଏକେଲା ରେସ୍ତୋରାଁ ଯାଇପାରିବେ। ସୌଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏହାକୁ ଭିଜନ ୨୦୩୦ର ଏକ ଅଂଶ ବୋଲି କହିଛନ୍ତି। ସେ ପୂର୍ବ ପ୍ରଚଳିତ କିଛି ନିମୟରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ଜଣାପଡିଛି। ସୂଚନାଯୋଗ୍ୟ, ପୂର୍ବରୁ ଏଠାକାର ମହିଳାଙ୍କୁ ଡ୍ରାଇଭିଂ କରିବା, ଷ୍ଟାଡିୟମରେ ବସି ଖେଳ ଦେଖିପାରିବା ଭଳି ଅଧିକାର ଦିଆଯାଇଥିଲା।

Share