ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କେତେବେଳେ ସେ ନିଜକୁ ଜଣେ ଭିଜିଲାନ୍ସ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରୁଛନ୍ତି ତ କେତେବେଳେ ଗୁଣିଆ ହୋଇ ଯୁବତୀମାନଙ୍କୁ ଝାଡୁ ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ବାବୁଙ୍କ କାରନାମା ଏତେ ରେ ସିମିତ ନୁହେଁ ଗତ କିଛି ଦିନ ପୂର୍ବେ ପାଷ୍ଟିକୁଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ବାଲସି ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ସିଏଚଓଙ୍କ ଘରେ ପଶିଥିବାବେଳେ ହଠାତ୍ ମହିଳାଙ୍କ ସ୍ବାମୀ ଘରକୁ ପଶି ଆସିଥିଲେ। ପରେ ମହିଳାଙ୍କ ସ୍ବାମୀଙ୍କ ଦ୍ୱାରା ଧରାପଡି ସେ ନିସ୍ତୁକ ମାଡ ଖାଇଥିଲେ। ପରେ ମହିଳା ଜଣଙ୍କ କେସିଙ୍ଗା ଆଦର୍ଶ ଥାନାରେ କିଛି ଅନ୍ତରଙ୍ଗ ଫୋଟୋ ଦ୍ୱାରା ତାଙ୍କୁ ବ୍ଲାକ ମେଲିଙ୍ଗ କରୁଥିବା ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ଉକ୍ତ ବ୍ଲକ କର୍ମଚାରୀଙ୍କୁ ବ୍ଲକ ପରିସରରୁ ପୋଲିସ ଉଠାଇ ନେଇଥିଲା। ପରେ କେସିଙ୍ଗା ବିଡ଼ିଓଙ୍କ ହସ୍ତକ୍ଷେପ ପରେ ମୋବାଇଲରେ ଥିବା ସମସ୍ତ ଫୋଟୋକୁ ପୋଲିସ ଡିଲିଟ କରିଥିଲେ। ମହିଳା ଓ ତାଙ୍କ ସ୍ବାମୀଙ୍କୁ ଆଗକୁ ଏହିପରି ଭୁଲ ହେବ ନାହିଁ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇ କ୍ଷମା ମାଗିଥିଲେ । ତେବେ ଉଭୟଙ୍କ ମଧ୍ୟରେ ସମାଧାନ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି। ପ୍ରକାଶ ଥାଉକି , ଏହି ବାବୁ ଜଣଙ୍କ ପୂର୍ବରୁ କର୍ଲାମୁଣ୍ଡା ବ୍ଲକରେ
ଥିବାବେଳେ ଅନେକ ଅନିୟମିତତା ଅଭିଯୋଗ ହେବାରୁ ତାଙ୍କୁ କେସିଙ୍ଗାକୁ ପନିଶମେଣ୍ଟ ଟ୍ରାନ୍ସଫର କରାଯାଇଥିଲା। ତେବେ କେସିଙ୍ଗା ବ୍ଲକରେ ମଧ୍ୟ ତାଙ୍କର କାରନାମା ଦେଖେଇବା ଆରମ୍ଭ କରିଛନ୍ତି । ଯାହା ଏବେ ଧିରେ ଧିରେ ତାଙ୍କର ଅନେକ ଅନିୟମିତତା ଖୋଲିବାରେ ଲାଗିଛି। କେସିଙ୍ଗା ବ୍ଲକରେ କିଏ ତାଙ୍କର ସଂରକ୍ଷକ ସାଜିଛି ଓ କାହାର ବଳିୟାନରେ ସେ ଅନେକ ବେଆଇନ କାମ କରିଚାଲିଛନ୍ତି ତାହା ତଦନ୍ତ ହେବାର ଆବଶ୍ୟକ ରହିଛି। ଜିଲା ପ୍ରଶାସନ ଏପରି ବେପରୁଆ କର୍ମଚାରୀଙ୍କୁ ଦୃଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

