ଏକା ସାଙ୍ଗରେ ଆକ୍ରମଣ କଲେ ୪ ଭାଲୁ, ବୃଦ୍ଧ ଗୁରୁତର

ପାଟଣା,୨୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ତଣ୍ଡ ଗ୍ରାମର ଜଣେ ବୃଦ୍ଧଙ୍କୁ ରବିବାର ଅପରାହ୍ନରେ ଏକା ସାଙ୍ଗରେ ୪ଟି ଭାଲୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧ ଜଣକ ହେଉଛନ୍ତି ବୁକା ନାଏକ(୬୦)।
ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା କାଜୁ ବଗିଚାକୁ ବୁକା ଯାଇଥିବା ବେଳେ ମିଳିତ ଭାବେ ୪ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଫରେଷ୍ଟଗାର୍ଡ ପ୍ରଯୁକ୍ତା ଜେନାଙ୍କ ସହାୟତାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।