Categories: ଖେଳ

ଏକାଥରକେ ପଦାର୍ପଣ କରିଥିବା ଦୁଇ ଭାରତୀୟ ଓପନର

ହାମିଲଟନ,୫।୨- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ପାଇଁ ଦୁଇ ପଦାର୍ପଣକାରୀ ଖେଳାଳି ପୃଥ୍ବୀ ଶ’ ଓ ମୟଙ୍କ ଅଗ୍ରଓ୍ବାଲ ଓପନିଂ କରିଥିଲେ। ତେବେ ଦୁଇ ବ୍ୟାଟ୍ସମ୍ୟାନ ପ୍ରଥମ ମ୍ୟାଚ୍‌ରେ ସେତେଟା ସଫଳ ହୋଇନାହାନ୍ତି। ଦୁହେଁ ପ୍ରଥମ ଉଇକେଟ ପାଇଁ ୫୦ ରନ୍‌ ଯୋଡ଼ିଥିଲେ। ପୃଥ୍ବୀ ୨୦ ଓ ମୟଙ୍କ ୩୨ ରନ୍‌ କରିଥିଲେ। ଦୁଇ ପଦାର୍ପଣକାରୀ ବ୍ୟାଟ୍ସମ୍ୟାନ ଭାରତ ଲାଗି ଓପନ କରିବାର ଏହା ତୃତୀୟ ଘଟଣା। ଏଥିପୂର୍ବରୁ ଲୋକେଶ ରାହୁଲ ଓ କରୁନ ନାୟର ୨୦୧୬ରେ ହରାରେଠାରେ ଜିମ୍ବାଓ୍ବେ ବିପକ୍ଷରେ ଇନିଂସ ଆରମ୍ଭ କରିଥିଲେ। ପାର୍ଥସାରଥି ଶର୍ମା ଓ ଦିଲିପ ଭେଙ୍ଗସରକର ପ୍ରଥମ ଥର ପାଇଁ ପଦାର୍ପଣ ମ୍ୟାଚ୍‌ରେ ଓପନିଂ କରିଥିଲେ। ଏହି ଘଟଣା ୧୯୭୬ରେ ଖ୍ରୀଷ୍ଟଚର୍ଚ୍ଚଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଘଟିଥିଲା।

Share