ଏକାଠି ହେବାକୁ ଯାଉଛନ୍ତି ୩ ଖାଁ

ମୁମ୍ବାଇ: ବଲିଉଡ୍‌ର ୩ ଖାନ୍‌ କହିଲେ ବୁଝାଏ ଆମିର, ସଲମାନ ଓ ଶାହରୁଖ। କେବେ ଏମାନଙ୍କ ମଧ୍ୟରେ ଭଳ ସମ୍ପର୍କ ନ ଥିବା ବେଳେ ଏବେ କିନ୍ତୁ ଏମାନଙ୍କ ସମ୍ପର୍କ କିଛି ଖରାପ ନାହିଁ ବୋଲି ଶୁଣିବାକୁ ମିଳେ। ତେବେ ଏହି ୩ ଖାଁଙ୍କୁ ଏକାଠି ଦେଖିବାକୁ ଦର୍ଶକେ ସବୁବେଳେ ଅପେକ୍ଷା କରିଥାଆନ୍ତି। ଏବେ ଶୁଣିବାକୁ ମିଳିଛି କି ଆମିର ଖାଁଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ଏମାନଙ୍କୁ ଦେଖିବାକୁ ମିଳିବ। ଏବେ ଆମିରଙ୍କ ସହ ଏହି ଫିଲ୍ମରେ ଶାହାରୁଖଙ୍କ ଏଣ୍ଟ୍ରି ହୋଇ ସାରିଥିବା ବେଳେ ସଲମାନଙ୍କୁ ଆଣିବାକୁ ଯୋଜନା ଚାଲିଛି ବୋଲି କୁହାଯାଉଛି। ଶାହାରୁଖଙ୍କର ଏଥିରେ ଏକ ଭଲ ରୋଲ୍‌ ଅଛି ବୋଲି ଶୁଣାଯାଉଛି। ଏବେ ଆମିର ଆଉ ଏକ କ୍ୟାରେକ୍ଟର ଲେଖୁଥିବା ବେଳେ ଏଥିରେ ସେ ସଲମାନଙ୍କୁ ନେବାପାଇଁ ଚାହୁଁଥିବା ପ୍ରକାଶ କରିଛନ୍ତି। ଏହା ଏକ ହଲିଉଡ୍‌ ଫିଲ୍ମର ରିମେକ୍‌ ହୋଇଥିବା ବେଳେ ଏଥିରେ କରିନା କପୁର ଖାଁ ମଧ୍ୟ ନଜର ଆସିବେ।

Share