ଏକସଙ୍ଗରେ ୬ଟି ସନ୍ତାନ ଜନ୍ମଦେଲେ ମହିଳା: ରାଷ୍ଟ୍ରପତି ଜଣାଇଲେ ଶୁଭେଚ୍ଛା

ଓ୍ବାର୍‌ଶ, ୨୨।୫: ୟୁରୋପୀୟ ଦେଶ ପୋଲାଣ୍ଡରେ ଜଣେ ମହିଳା ପ୍ରଥମଥର ପାଇଁ ୬ଟି ସନ୍ତାନ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହାକୁ ନେଇ ପୋଲାଣ୍ଡରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଛି। ସେଠାକାର ରାଷ୍ଟ୍ରପତି ଆନ୍ଦ୍ରଜେଜ ଡୁଡା ଉକ୍ତ ମାତାପିତାଙ୍କୁ ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ସାଉଥ ପୋଲାଣ୍ଡର କ୍ରାକୋରେ ଥିବା ଏକ ଡାକ୍ତରଖାନାରେ ମହିଳା ଜଣଙ୍କ ୪ଟି ପୁଅ ଏବଂ ଦୁଇଟି ଝିଅ ଜନ୍ମ ଦେଇଛନ୍ତି। ସମସ୍ତ ଶିଶୁ ସୁସ୍ଥ ଅଛନ୍ତି ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତରମାନେ କହିଛନ୍ତି ମହିଳା ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ୫ଟି ଶିଶୁ ଜନ୍ମ ଦେବେ ବୋଲି ଟେଷ୍ଟରୁ ଜଣାପଡିଥିଲା। କିନ୍ତୁ ଅପରେଶନ ପରେ ୬ଷ୍ଠ ସନ୍ତା ଝିଅକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Share