Posted inଖେଳ

ଏକରମ୍ୟାନଙ୍କ ନାମରେ ଟି୨୦ ବିଶ୍ୱ ରେକର୍ଡ

ଲଣ୍ଡନ, ୮।୮ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ସ୍ପିନର କଲିନ୍‌ ଏକରମ୍ୟାନ ଟି୨୦ କ୍ରିକେଟ୍‌ର ଶ୍ରେଷ୍ଠ ବୋଲିଂ ଫିଗର୍‌ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ଚାଲିଥିବା ଟି୨୦ ବ୍ଲାଷ୍ଟର ଏକ ମ୍ୟାଚ୍‌ରେ ସେ ୧୮ ରନ୍‌ ବିନିମୟରେ ୭ ଉଇକେଟ୍‌ ଅକ୍ତିଆର କରି ବିଶ୍ୱ ରେକର୍ଡକୁ ନିଜ ନାମରେ ପ୍ରତିଷ୍ଠା କରିଛନ୍ତି। ୨୮ ବର୍ଷୀୟ କଲିନ୍‌ ଲିସେଷ୍ଟରଶାୟର ଅଧିନାୟକ ରହିଥିବାବେଳେ ଓ୍ବର୍କଶାୟର ବିପକ୍ଷରେ ଏହି ମାରାତ୍ମକ ସ୍ପେଲ ବୋଲିଂ କରିଥିଲେ। ଟସ୍‌ ଜିତି ଲିସେଷ୍ଟରଶାୟର ଅଧିନାୟକ କଲିନ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହ୍ୟାରୀ ସ୍ବିଣ୍ଡେଲ୍ସ (୬୩) ଓ ଉଇକେଟ୍‌କିପର ଲୁଇସ୍‌ ହିଲ୍‌ (୫୮)ଙ୍କ ଅର୍ଦ୍ଧଶତକ ବଳରେ ଲିସେଷ୍ଟରଶାୟର ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୮୯ ରନ୍‌ କରିଥିଲା। ଜବାବରେ ଓ୍ବର୍କଶାୟର ୧୭.୪ ଓଭରରେ ୧୩୪ ରନରେ ସୀମିତ ରହିଥିଲା। ଦଳ ଏକଦା ୧୩ ଓଭରରେ ୧୧୪ ରନ କରି ଦୃଢ଼ସ୍ଥିତିରେ ରହିଥିଲେ ମଧ୍ୟ ଏକରମ୍ୟାନଙ୍କ ଅଫ୍‌ସ୍ପିନକୁ ବୁଝି ନ ପାରି ୨୦ ରନରେ ବଳକା ୮ ଉଇକେଟ୍‌ ହରାଇଥିଲା। ମ୍ୟାଚ୍‌ ବିଜୟୀ ବୋଲିଂ ଲାଗି ଏକରମ୍ୟାନଙ୍କୁ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ପୂର୍ବରୁ ଟି୨୦ କ୍ରିକେଟ୍‌ରେ ଶ୍ରେଷ୍ଠ ବୋଲିଂ ଫିଗର ମାଲେସିଆର ଅରୁଲ ସୁଇଫ୍‌ଙ୍କ ନାମରେ ରହିଥିଲା। ୨୦୧୧ରେ ସେ ସମରସେଟ୍‌ ପକ୍ଷରୁ ଖେଳି ଗ୍ଲାମରଗନ୍‌ ବିପକ୍ଷରେ ୫ ରନରେ ୬ ଉଇକେଟ୍‌ ଅକ୍ତିଆର କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ଶ୍ରେଷ୍ଠ ବୋଲିଂ ଫିଗର୍‌ ଇଂଲଣ୍ଡର ହେର୍ଡଲୀ ଭରିଟ୍‌ଙ୍କ ନାମରେ ରହିଛି। କାଉଣ୍ଟି କ୍ଲବ ୟର୍କଶାୟର ପକ୍ଷରୁ ପ୍ରତିନିଧିତ୍ୱ କରି ଏହି ବାମହାତୀ ସ୍ପିନର ୧୯୩୨ରେ ନଟ୍ଟିଂହାମଶାୟର ବିପକ୍ଷରେ ୧୦ ରନରେ ସମସ୍ତ ୧୦ ଉଇକେଟ୍‌ ଅକ୍ତିଆର କରିଥିଲେ। ସେହିଭଳି ଲ୍‌ିଷ୍ଟ-ଏ କ୍ରିକେଟ୍‌ରେ ଶ୍ରେଷ୍ଠ ବୋଲିଂ ଫିଗର୍‌ ଭାରତର ଶାହବାଜ ନଦୀମଙ୍କ ନାମରେ ରହିଛି। ୨୦୧୮/୧୯ ସିଜନରେ ଝାଡ଼ଖଣ୍ଡ ପକ୍ଷରୁ ଖେଳୁଥିବାବେଳେ ରାଜସ୍ଥାନ ବିପକ୍ଷରେ ୧୦ ରନରେ ୮ ଉଇକେଟ୍‌ ଦଖଲ କରିଥିଲେ। ଟି୨୦ କ୍ରିକେଟ୍‌ର ଶ୍ରେଷ୍ଠ ବୋଲିଂ ଫିଗର୍‌ ଏବେ ଏକରମ୍ୟାନଙ୍କ ନାମରେ ଲିପିବଦ୍ଧ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦ ଛକା, ୩୧ ଚୌକା ବର୍ଷା କରି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୧୨।୧୨: ଆଜିଠାରୁ ଆରମ୍ଭ ହୋଇଛି ୧୯ ବର୍ଷରୁ କମ ଏସିଆ କପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଖେଳାଯାଇଥିବା...

ସମ୍ପୂର୍ଣ୍ଣ ଟିମ୍‌ ଉପରେ ଭାରି ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ

ଆବୁଧାବି,୧୨।୧୨: ଭାରତୀୟ କିଶୋର ତାରକା ବୈଭବ ସୂର୍ଯ୍ୟବଂଶୀ U19 ଏସିଆ କପରେ UAE ବିପକ୍ଷରେ ୧୭୧ ରନ୍‌ କରି ୨୦୨୫ରେ ତାଙ୍କର ଚମତ୍କାର ଫର୍ମ ଜାରି...

ନିଶାରେ ଉବୁଟୁବୁ ଭାରତୀୟ କ୍ରିକେଟର, ବଡ ଖୁଲାସା କଲେ ଜାଡେଜାଙ୍କ ପତ୍ନୀ

ନୂଆଦିଲ୍ଲୀ,୧୨ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ...

ଭିନେଶ ଫୋଗଟଙ୍କ ବଡ଼ ଘୋଷଣା, ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଲେ….

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଅବସର ଘୋଷଣା କରିଥିବା ବେଳେ ବର୍ତ୍ତମାନ ୟୁ-ଟର୍ଣ୍ଣ କରିଛନ୍ତି...

ଆଜି ଭାରତ ଆସିବେ ଫୁଟବଲ୍‌ ମହାରଥୀ ଲିଓନେଲ୍ ମେସି, ଯୋଗ ଦେବେ ପ୍ରଧାନମନ୍ତ୍ରୀଙ୍କ ସମେତ ଏ ସମସ୍ତ ଷ୍ଟାର

କୋଲକାତା,୧୨ା୧୨: ଫୁଟବଲ୍‌ର ମହାରଥୀ ତଥା ବିଶ୍ୱକପ୍ ବିଜେତା ଅଧିନାୟକ ଲିଓନେଲ ମେସି ଶୁକ୍ରବାର ଭୋର୍ ୧:୩୦ରେ ଭାରତରେ ପହଞ୍ଚିବା ସହ ତାଙ୍କର ତିନି ଦିନିଆ ‘GOAT...

ଚମତ୍କାର କଲେ ବୈଭବ ସୂର୍ଯ୍ୟବଂଶୀ: ୫୬ ବଲ୍‌ରେ କଲେ କମାଲ୍‌, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୨।୧୨: ଯୁବ ଭାରତୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ଏସିଆ କପ୍‌ର ଉଦଘାଟନୀ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ଏକ ଜ୍ୱଳନ୍ତ ଶତକ ହାସଲ...

୯ ବଲ୍‌ରେ ହରାଇଲା ୫ ଉଇକେଟ୍‌…ଟିମ୍‌ଇଣ୍ଡିଆ ନାଁରେ ଅଲୋଡା ରେକର୍ଡ

ଚଣ୍ଡିଗଡ଼,୧୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବୀନ୍ଦ୍ର...

ଲଜ୍ଜାଜନକ ରେକର୍ଡ କଲେ ଅର୍ଶଦୀପ ସିଂ: କୌଣସି ବୋଲର୍‌…

ଚଣ୍ଡିଗଡ଼,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବିନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri