Categories: ଖେଳ

ଏକଦିବସୀୟ କ୍ରିକେଟରେ ସର୍ବାଧିକ ‘ମ୍ୟାନ୍‌ ଅଫ୍‌ ଦ ସିରିଜ’ ପୁରସ୍କାର ଜିତିଥିବା ୧୦ ଖେଳାଳି

କ୍ରିକେଟରେ ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ସବୁଠୁ ବଡ ପୁରସ୍କାର ଭାବେ ଗଣାଯାଏ। କୌଣସି ସିରିଜରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ପୁରସ୍କାର ଦିଆଯାଏ। ଏକଦିବସୀୟ କ୍ରିକେଟରେ ସର୍ବାଧିକ ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ପୁରସ୍କାର ଜିତିଥିବା ୧୦ ଖେଳାଳିଙ୍କୁ ଜାଣନ୍ତୁ…

ସଚିନ ତେନ୍ଦୁଲକର
କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି। ୨୨ ବର୍ଷ କ୍ରିକେଟ କ୍ୟାରିୟରରେ ସେ ୧୫ଥର ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ପୁରସ୍କାର ଜିତିଥିଲେ।

ସନଥ ଜୟସୁରିୟା
ଶ୍ରୀଲଙ୍କାର ପୂର୍ବତନ ଓପନର ସନଥ ଜୟସୁରିୟା ତାଙ୍କ କ୍ରିକେଟ କ୍ୟାରିୟରରେ ୧୧ଥର ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ହାସଲ କରିଥିଲେ।

ବିରାଟ କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏପର୍ଯ୍ୟନ୍ତ ୯ଥର ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ପୁରସ୍କାର ଜିତିଛନ୍ତି।

ସନ ପଲକ
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ସନ ପଲକ ୯ଥର ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ପୁରସ୍କାର ଜିତିଥିଲେ।

କ୍ରିସ୍‌ ଗେଲ୍‌
ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ଏକଦିବସୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୮ଥର ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ଜିତିଛନ୍ତି।

ଭିଭିଆନ୍‌ ରିଚାର୍ଡସ
ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଭିଭିଆନ୍‌ ରିଚାର୍ଡସ  କ୍ୟାରିୟରରେ ୭ଥର ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ଜିତିଥିଲେ।

ହାସିମ ଆମଲା
୨୦୧୯ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ହାସିମ ଆମଲା ୭ଥର ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ପୁରସ୍କାର ଜିତିଥିଲେ।

ଯୁବରାଜ ସିଂ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ୭ଥର ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ପୁରସ୍କାର ହାସଲ କରିଥିଲେ।

ସୌରଭ ଗାଙ୍ଗୁଲି
ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୭ଥର ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’  ପୁରସ୍କାର ଜିତିଥିଲେ।

ରିକି ପଣ୍ଟିଂ
ଅଷ୍ଟ୍ରେଲିଆର ସଫଳତମ ଅଧିନାୟକ ରିକି ପଣ୍ଟିଂ କ୍ରିକେଟ କ୍ୟାରିୟରରେ ୭ଥର ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ପୁରସ୍କାର ଜିତିଥିଲେ।

Share