ଏକଦା ଚା’ ବିକି ପରିବାର ପ୍ରତିପୋଷଣ କରୁଥିଲେ ଅନୁ କପୁର, ଆଜି ସଫଳ ଅଭିନେତା

ବମ୍ବେ:ଏକଦା ଚା’ ଷ୍ଟଲ କରି ପରିବାର ପ୍ରତିପୋଷଣ କରୁଥିବା ଯୁବକ ଏବେ ବଲିଉଡ୍‌ର ଲୋକପ୍ରିୟ ଚେହେରା। ସେ ହେଉଛନ୍ତି ଅନୁ କପୁର। ସେ ଜଣେ ଅଭିନେତା ସହ ରେଡିଓ ଜକି ଭାବେ ବେଶ ଜଣାଶୁଣା। ଯେଉଁ ଫିଲ୍ମରେ ସେ ଅଭିନୟ କରିଥାନ୍ତି ତାହା ହିଟ୍‌ ହୋଇଥାଏ। ମୁଖ୍ୟ ଭୂମିକାରେ ଅଭିନୟ କରି ନ ଥିଲେ ହେଁ ତାଙ୍କ ବିନା ସିନେମା ସଫଳ ହେବା କଷ୍ଟକର ବୋଲି କୁହାଯାଏ। ଆଜି ହେଉଛି ଅନୁଙ୍କ ଶୁଭ ଜନ୍ମଦିବସ। ଏହି ଅବସରରେ ତାଙ୍କୁ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ନିକଟରୁ ଶୁଭେଚ୍ଛାର ବାର୍ତ୍ତା ମିଳିବାରେ ଲାଗିଛି।

ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଅନୁ। ଆର୍ଥିକ ଅଭାବ ଦୃଷ୍ଟିରୁ ସେ ଲଟେରି ବିକ୍ରି କରୁଥିଲେ। ପରେ ସେ ଏକ ଷ୍ଟଲ ଲଗାଇ ଚା’ ବିକୁଥିଲେ। ସବୁ ପିଲାଙ୍କ ଭଳି ଏକଦା ଆଇଏଏସ୍‌ ହେବାକୁ ଇଚ୍ଛା ରଖିଥିଲେ ଅନୁ। ଟଙ୍କାର ଅଭାବ ଯୋଗୁ ତାହା ହୋଇପାରି ନ ଥିଲା। ପରେ ସେ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାରେ ଆଡମିଶନ ନେଇଥିଲେ। ସେଠାରେ ମନ ଲଗାଇ ଅଭିନୟ ଶିଖିଥିଲେ। ଏକଦା ସେ ଏକ ଡ୍ରାମାରେ ବୃଦ୍ଧ ଭୂମିକାରେ ନଜର ଆସିଥିଲେ। ତେଇଶ ବର୍ଷ ବୟସରେ ବୃଦ୍ଧ ଭୂମିକାରେ ତାଙ୍କର ନିଖୁଣ ଅଭିନୟକୁ ଦେଖି ନିର୍ଦ୍ଦେଶକ ଶ୍ୟାମ ବେନେଗଲ ତାଙ୍କୁ ନିଜ ସିନେମାରେ ନେବା ପାଇଁ ସ୍ଥିର କରିଥିଲେ। ଏହାପରେ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ପରେ ସେ ଏକାଧିକ ହିଟ୍‌ ସିନେମାରେ ଅଭିନୟ କରିଛନ୍ତି। ଏବେ ସେ ରେଡିଓ ଜକି ଭାବେ ମଧ୍ୟ ସମସ୍ତଙ୍କ ମନରେ ରାଜ୍‌ କରନ୍ତି। ‘ସୁହାନା ସଫର ଉଇଥ୍‌ ଅନୁ କପୁର’ ଶୋ’କୁ ଶ୍ରୋତା ବେଶ୍‌ ପସନ୍ଦ କରିଆସୁଛନ୍ତି।

Share