ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨୦ା୬): ଦେଶରେ ଲୋକ ସଭା ଓ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବୁଧବାର ଆହୂତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ‘ଗୋଟିଏ ଦେଶ ଏକ ନିର୍ବାଚନ’ ପାଇଁ ଦଳର ସମର୍ଥନ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସମେତ ଅଧିକାଂଶ ବିରୋଧୀ ଦଳ ଉକ୍ତ ବୈଠକକୁ ବର୍ଜନ କରିଛନ୍ତି।
ପାର୍ଲାମେଣ୍ଟ ହାଉସ୍‌ରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଛନ୍ତି, ବାରମ୍ବାର ନିର୍ବାଚନ କରାଯିବା ଦ୍ୱାରା ବିକାଶର ଗତି ଏବଂ ସଂଘୀୟ ସହଯୋଗିତା ପ୍ରଭାବିତ ହେଉଛି। ତେଣୁ ଲୋକ ସଭା ନିର୍ବାଚନ ସହିତ ରାଜ୍ୟ ବିଧାନସଭାଗୁଡ଼ିକର ଭୋଟ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାକୁ ସେ ସମର୍ଥନ କରୁଛନ୍ତି। ସେହିପରି ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ଯୋଡ଼ିବା ପାଇଁ ନବୀନ ପୂର୍ବରୁ ପ୍ରସ୍ତାବ ଦେଇଆସୁଥିବାବେଳେ ଉକ୍ତ ବୈଠକରେ ନିଜ ଦାବି ଦୋହରାଇଥିଲେ। ଏହି ଅବସରରେ ସେ ଉଚ୍ଚାକାଂକ୍ଷୀ ଜିଲାଗୁଡ଼ିକର ବିକାଶ ପାଇଁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ। ଟେଲି ସାନ୍ଧ୍ରତା, ବ୍ୟାଙ୍କିଙ୍ଗ୍‌ ନେଟ୍‌ଓ୍ବର୍କ ଓ ରେଳପଥର ବିକାଶ ଭଳି ବୃହତ୍‌ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ଉଚିତ। କେନ୍ଦ୍ରର ସହଯୋଗରେ ସୂକ୍ଷ୍ମ ପ୍ରସଙ୍ଗଗୁଡ଼ିକର ସମାଧାନ ରାଜ୍ୟ ଉପରେ ଛାଡ଼ିଦିଆଯାଇପାରେ। ସେହିପରି ପାର୍ଲାମେଣ୍ଟ ଓ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ସଂରକ୍ଷଣ ନେଇ ନବୀନ କହିଥିଲେ, କୌଣସି ଦେଶ ନିଜ ଜନସଂଖ୍ୟାର ଅର୍ଦ୍ଧେକଙ୍କୁ ସଶକ୍ତ ନ କରି ବିକଶିତ ହୋଇପାରିନାହିଁ। ବିଧାନସଭାଗୁଡ଼ିକ ସହ ପାର୍ଲାମେଣ୍ଟରେ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରାଯିବା ଉଚିତ। ଏହାକୁ ବିଜେଡି ସମର୍ଥନ କରିବ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ମଧ୍ୟ ସେ ଦାବି କରିଛନ୍ତି। ଅନୁରୂପ ଭାବେ ଭୂମି ଅଧିଗ୍ରହଣ ଆଇନ ସମାଜର ମଙ୍ଗଳ ଓ ଦେଶର ଅଭିବୃଦ୍ଧି ପାଇଁ ହେବା ଦରକାର। ବିଶେଷକରି ରେଳପଥ ଓ ସଡ଼କ ଭିତ୍ତିଭୂମି ବିକାଶ ଦୃଷ୍ଟିରୁ ଏ ସମ୍ପର୍କିତ ୨୦୧୩ ଆଇନର ପୁନଃ ସମୀକ୍ଷା କରିବାକୁ ପଡ଼ିବ। ପରିବେଶ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧି ପରସ୍ପରର ପରିପୂରକ। ତେଣୁ ଜଙ୍ଗଲ ସୁରକ୍ଷା ଆଇନର ମଧ୍ୟ ପୁନଃ ଅନୁଧ୍ୟାନ କରାଯିବା ଆବଶ୍ୟକ। କେନ୍ଦ୍ରୀୟ ଓ ରାଜ୍ୟସ୍ତରର ସରକାରୀ ଉଦ୍ୟୋଗଗୁଡ଼ିକୁ ବୈଧାନିକତା ଦୃଷ୍ଟିରୁ ସମାନ ଗୁରୁତ୍ୱ ଦିଆଯିବା ଉଚିତ। ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ଫୋକସ୍‌ ପାଇଁ ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକୁ ମାନଦଣ୍ଡ ଭାବେ ଗ୍ରହଣ କରାଯାଇପାରେ। ଦେଶ ଓ ଜନସାଧାରଣଙ୍କ ହିତ ପାଇଁ ନିଆଯାଉଥିବା ପଦକ୍ଷେପକୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି ଏବଂ ଆଗକୁ ମଧ୍ୟ ଏହା ବଜାୟ ରଖିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି।
ସର୍ବଦଳୀୟ ବୈଠକରେ ବିଜେଡି ସମେତ ଅକାଳୀ ଦଳର ସୁଖବୀର ସିଂ ବାଦଲ, ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର, ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ, ସିପିଆଇର ଡି. ରାଜା ଏବଂ ଏସ୍‌. ସୁଧାକର ରେଡ୍ଡୀ, ସିପିଆଇଏମ୍‌ର ସୀତାରାମ ୟେଚୁରୀ, ଟିଆର୍‌ଏସ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ କେ.ଟି ରାମାରାଓ, ନ୍ୟାଶନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବ୍‌ଦୁଲ୍ଲା ଓ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଯୋଗଦେଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି, ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି, ଡିଏମ୍‌କେ, ତୃଣମୂଳ କଂଗ୍ରେସ, ତେଲୁଗୁ ଦେଶମ୍‌ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଏହି ବୈଠକକୁ ବର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବିମାନରେ ଛୋଟ ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪ା୪:ବିମାନରେ ୧୩ ବର୍ଷରୁ କମ୍‌ ବୟସର ପିଲାମାନେ ଯେପରି ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ପାଖ ସିଟ୍‌ରେ ବସନ୍ତି, ତାହା ସୁନିଶ୍ଚିତ କରିବାକୁ ବେସାମରିକ ବିମାନ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରିବ ପ୍ରଚାର, ୮୮ ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri