Categories: ଖେଳ

ଏଏଫ୍‌ସି ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ଆଶାଲତା

କୁଆଲାଲମ୍ପୁର, ୧୫ା୧୧ (ପି.ଟି.)-ଡିସେମ୍ବର ୨ରେ ହଂକଂସ୍ଥିତ କନ୍‌ଭେନ୍‌ଶନ ଆଣ୍ଡ୍‌ ଏକ୍‌ଜିିବିଶନ ସେଣ୍ଟରରେ ଏଏଫ୍‌ସି (ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ) ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଭାରତୀୟ ମହିଳା ଫୁଟ୍‌ବଲ ଦଳର ଅଧିନାୟିକା ଆଶାଲତା ଦେବୀଙ୍କ ନାମ ଏଏଫ୍‌ସି ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପାଇଁ ସୁପାରିସ ହୋଇଛି। ଇମ୍ଫାଲର ଏହି ୨୬ ବର୍ଷୀୟା ଫୁଟ୍‌ବଲର ୨୦୧୯ ସାଫ୍‌ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଛନ୍ତି। ଏହାଛଡ଼ା ତାଙ୍କ ନେତୃତ୍ୱରେ ଭାରତ ଅଲିମ୍ପିକ ୨୦୨୦ କ୍ୱାଲିଫାୟର୍ସ ୨ୟ ରାଉଣ୍ଡରେ ପ୍ରବେଶ କରିଥିଲା। ଏହି ଡିଫେଣ୍ଡରଙ୍କ ସହାୟତାରେ ତାଙ୍କ କ୍ଲବ ସେଥୁ ଏଫ୍‌ସି ଭାରତୀୟ ମହିଳା ଲିଗ୍‌ ଚାମ୍ପିୟନ ହୋଇଥିଲା। ଏହି ପ୍ରଦର୍ଶନକୁ ଭିତ୍ତି କରି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଆଶାଲତାଙ୍କ ନାମ ୨୦୧୮-୨୦୧୯ ସିଜନ ପାଇଁ ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ପାଇଁ ସୁପାରିସ କରିଛି। ମହିଳା ବିଭାଗରେ ଚାଇନାର ଲି’ ୟିଙ୍ଗ୍‌ଙ୍କ ନାମ ମଧ୍ୟ ସୁପାରିସ ହୋଇଛି। ସେ ଫିଫା ମହିଳା ବିଶ୍ୱକପ୍‌ ଫ୍ରାନ୍ସ ୨୦୧୯ ଟିମ୍‌ର ଅଂଶବିଶେଷ ଥିଲେ। ଜାପାନ ଅଧିନାୟିକା ସାକି କୁମାଗାଇଙ୍କ ନାମ ମଧ୍ୟ ଏଏଫ୍‌ସି ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପାଇଁ ସୁପାରିସ ହୋଇଛି।

Share