Posted inଖେଳ

ଏଏଫ୍‌ସି ଏସିଆନ କପ୍‌: ଆୟୋଜନ ପାଇଁ ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଳୀ,୬।୪(ପି.ଟି.)- ୨୦୨୭ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏସିଆନ କପ୍‌ ଆୟୋଜନ କରିବାକୁ ଭାରତ ବିଡ୍‌ ଦାଖଲ କରିଛି। ଭାରତ ଆନୁଷ୍ଠାନିକ ଭାବେ ବିଡ୍‌ ଦାଖଲ କରିଛି ବୋଲି ରବିବାର ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ତରଫରୁ କୁହାଯାଇଛି। ବିଡ୍‌ ହାସଲ କଲେ ଭାରତ ପ୍ରଥମଥର ପାଇଁ ଏହି ମହାଦେଶୀୟ ଟୁର୍ନାମେଣ୍ଟ ଆୟୋଜନ କରିବ। ଏ ସଂକ୍ରାନ୍ତରେ ବିଡ୍‌ ସମ୍ପର୍କିତ ସବୁ ପ୍ରକାର କାଗଜପତ୍ର ମଧ୍ୟ ଦାଖଲ କରାଯାଇଛି। ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଆମେ ଏଏଫ୍‌ସି ନିକଟରେ ଆମର ଇଚ୍ଛା ସମ୍ପର୍କରେ ଅବଗତ କରାଇଛୁ ବୋଲି ଏଆଇଏଫ୍‌ଏଫ୍‌ ସମ୍ପାଦକ କୁଶଲ ଦାସ କହିଛନ୍ତି।
ଉଲ୍ଲେଖଥାଉ କି, କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଏଏଫ୍‌ସି ବିଡ୍‌ ଦାଖଲର ଶେଷ ତାରିଖକୁ ମାର୍ଚ୍ଚ ୩୧ରୁ ଜୁନ୍‌ ୩୦ ତାରିଖକୁ ଅର୍ଥାତ୍‌ ମୋଟ ୩ ମାସ ଘୁଞ୍ଚାଇଥିଲା। ଖୁବ୍‌ଶୀଘ୍ର ଏଏଫ୍‌ସି ଟୁର୍ନାମେଣ୍ଟ ଆୟୋଜକଙ୍କ ସମ୍ପର୍କରେ ଘୋଷଣା କରିବ ବୋଲି ଆଶା କରାଯାଉଛି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ୨୦୧୯ ସଂସ୍କରଣରେ ଦଳ ସଂଖ୍ୟାକୁ ୨୪କୁ ବୃଦ୍ଧି କରାଯାଇଥିଲା। ଆସନ୍ତାବର୍ଷ ଆୟୋଜକ ଦେଶ ସଂକ୍ରାନ୍ତରେ ଏଏଫ୍‌ସି ଘୋଷଣା କରିବ ବୋଲି ଆଶା କରାଯାଉଛି। ଭାରତକୁ ବାଦ୍‌ ଦେଲେ ସୌଦୀ ଆରବ ୨୦୨୭ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିଡ୍‌ ଦାଖଲ କରିବ ବୋଲି ଘୋଷଣା କରିଛି।
ଉଲ୍ଲେଖଥାଉ କି, ୨୦୨୩ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ ଦୌଡ଼ରେ ଭାରତ ସାମିଲ ହୋଇଥିଲା। ଏଥିରେ ଥାଇଲାଣ୍ଡ, ଇଣ୍ଡୋନେସିଆ ଓ ଦକ୍ଷିଣ କୋରିଆ ସାମିଲ ହୋଇଥିଲେ। ତେବେ ଭାରତ ୨୦୧୮ ଅକ୍ଟୋବରରେ ଏଥିରୁ ଓହରିଯାଇଥିଲା। ପରେ ଥାଇଲାଣ୍ଡ, ଦକ୍ଷିଣ କୋରିଆ ଓହରିଯାଇଥିଲା। ଫଳରେ ଏକମାତ୍ର ଦେଶ ଭାବେ ଚାଇନାକୁ ୨୦୨୩ ଟୁର୍ନାମେଣ୍ଟ ଆୟୋଜନ ଅଧିକାର ମିଳିଥିଲା। ଭାରତରେ ମଧ୍ୟ ୧୭ ବର୍ଷରୁ କମ୍‌ ପୁରୁଷ ବିଶ୍ୱକପ୍‌ ସଫଳତାର ସହ ଆୟୋଜନ କରିଥିଲା। ସେହିପରି ନଭେମ୍ବରରେ ଭାରତ ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି। ଭାରତ ମଧ୍ୟ ୨୦୨୨ ମହିଳା ଏଏଫ୍‌ସି ଏସିଆନ କପ୍‌ ଆୟୋଜନ କରିବାର ଅଧିକାର ପାଇଛି।
ଭାରତ ଏଏଫ୍‌ସି ଏସିଆନ କପ୍‌ରେ ୪ ଥର ଅଂଶଗ୍ରହଣ କରିଛି ଓ ୧୯୬୪ରେ ରନର୍ସଅପ୍‌ ହୋଇ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ତେବେ ଭାରତ ୧୯୮୪, ୨୦୧୧ ଓ ୨୦୧୯ରେ ଗ୍ରୁପ୍‌ ପର୍ଯ୍ୟାୟ ପାରକରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri