ଏଏପି ବିଧାୟିକା କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୭।୬: ଦିଲ୍ଲୀରେ କରୋନା ସଂକ୍ରମଣ ସଙ୍କଟ ଦିନକୁ ଦିନ ଭୟାବହ ହେବାରେ ଲାଗିଛି। ଏଥିରୁ କରୋନା ଯୋଦ୍ଧା କି ନେତା ମନ୍ତ୍ରୀ ମଧ୍ୟ ବର୍ତ୍ତି ପାରୁନାହାନ୍ତି। ଇତିମଧ୍ୟରେ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟିକା ଅତିଶି ବୁଧବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀର କାଲକାଜୀ ବିଧାନସଭା ଆସନରୁ ସେ ବିଧାୟିକା ରହିଛନ୍ତି। ସୂଚନାଯୋଗ୍ୟ, ଜୁନ୍‌ ୧୬ରେ ଅତିଶିଙ୍କ ନିକଟରେ ଥଣ୍ଡା, କାଶ ଓ କରୋନା ଲକ୍ଷଣ ଦେଖାଦେଇଥିଲା। ଏହାପରେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା। ତେବେ ଜୁନ ୧୭ରେ ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଥିଲା। ବର୍ତ୍ତମାନ ଅତିଶିଙ୍କ ନିକଟରେ ସାମାନ୍ୟ ଲକ୍ଷଣ ରହିଥିବାରୁ ସେ ନିଜକୁ ଘରେ କ୍ୱାରାଣ୍ଟାଇନ୍‌ରେ ରଖିଛନ୍ତି। କରୋନା ମୁକାବିଲା ନେଇ ଅତିଶି ସ୍ବାସ୍ଥ୍ୟ ବିଭାଗ ସହ କାମ କରୁଥିବା ଜଣାପଡ଼ିଛି।

Share