Categories: ଜାତୀୟ

ଏଏପି ବିଧାୟକ ଦଳ ନେତା ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୨: ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ୬୨ ନବନିର୍ବାଚିତ ବିଧାୟକଦଳର ନେତା ଭାବେ ଅରବିନ୍ଦ କେଜରିଓ୍ବାଲଙ୍କୁ ନିର୍ବାଚିତ କରାଯାଇଛି। ବୁଧବାର କେଜରିଓ୍ବାଲଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ ନବନିର୍ବାଚିତ ବିଧାୟକମାନେ କେଜରିଓ୍ବାଲଙ୍କ ପ୍ରତି ସେମାନଙ୍କର ସମର୍ଥନ ପ୍ରକାଶ କରିଛନ୍ତି। ଏହାପୂର୍ବରୁ କେଜରିଓ୍ବାଲ ରାଜ୍ୟପାଳ ଅନୀଲ ବୈଜଲଙ୍କୁ ରାଜଭବନରେ ଭେଟିଥିଲେ। ରାଜ୍ୟପାଳଙ୍କ ସହିତ ସେ ୧୫ ମିନିଟ ଧରି ଶପଥ ଗ୍ରହଣ ସମ୍ପର୍କରେ ଆଲୋଚନା କରିଥିଲେ।

Share