Categories: ଜାତୀୟ

ଏଏନ୍‌-୩୨ ବିମାନର ଭଗ୍ନାବଶେଷ ମିଳିବା ପରେ ଏବେ ୧୩ ନିଖୋଜ ବ୍ୟକ୍ତିଙ୍କ ସର୍ଚ୍ଚ ଅପରେଶନ ଆରମ୍ଭ

ଇଟାନଗର,୧୨।୬: ଜୁନ ୩ରେ ନିଖୋଜ ହୋଇଥିବା ବାୟୁସେନା ବିମାନ ଏଏନ-୩୨ର କିଛି ଭଗ୍ନାଂଶକୁ ଏମ୍‌ଆଇ-୧୭ ହେଲିକେପ୍ଟର ମଙ୍ଗଳବାର ଠାବ କରିବା ପରେ ବାୟୁସେନା ପକ୍ଷରୁ ଏବେ ବଡ଼ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଯେଉଁ ଅଞ୍ଚଳରୁ ଭଗ୍ନାଂଶ ମିଳିଛି ସେହି ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

ବିମାନରେ ଥିବା ୧୩ଜଣ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚଳାଇଛି ବାୟୁସେନା। ଏହି ସର୍ଚ୍ଚ ଅପରେଶନରେ ବାୟୁସେନା, ସ୍ଥଳସେନା, ପର୍ବାତାରୋହୀ ଓ କିଛି ସ୍ଥାନୀୟ ଲୋକ ସାମିଲ ଥିବା ଜଣାପଡ଼ିଛି। ନିଖୋଜ ବିମାନର ଭଗ୍ନାଂଶ ଯେଉଁ ସ୍ଥାନରେ ଠାବ କରାଯାଇଛି ସେହି ସ୍ଥାନରେ ରେସକ୍ୟୁ ଟିମ୍‌କୁ ହେଲିକେପ୍ଟର ସାହାର୍ଯ୍ୟରେ ଓହ୍ଲାଯାଇଥିବା ଜଣାପଡ଼ିଛି।

Share