ଏଇ ଭାରତରେ

ତାମିଲନାଡୁର ୮୪ ବର୍ଷୀୟା ଧନମ ପାତି ଏବକାର ମହଙ୍ଗା ଯୁଗରେ ୨ ଟଙ୍କାରେ ଇଡ୍‌ଲି ବିକୁଛନ୍ତି ଓ ଲୋକଙ୍କୁ ପେଟପୂରା ଖାଇବାକୁ ଦେଉଛନ୍ତି। ଧନମଙ୍କ ଘର ତାମିଲନାଡୁର ପୁଦୁକୋଟ୍ଟୋଇରେ। ତାଙ୍କ ଦୋକାନରେ ଚେୟାର କିମ୍ବା ଟେବୁଲ ନାହିଁ। କିନ୍ତୁ ଇଡ୍‌ଲି, ସମ୍ବର, ଚଟ୍‌ନିଭରା ପ୍ଲେଟ୍‌ ପାଇଁ ସବୁବେଳେ ସେଠାରେ ଗ୍ରାହକଙ୍କ ଭିଡ ଜମୁଛି। ଧନମ କହନ୍ତି, ଲୋକେ ଫେଟଭରି ଖାଇଲେ ତାହା ତାଙ୍କୁ ଆନନ୍ଦ ଦେଇଥାଏ। ତାଙ୍କୁ ଏଭଳି ସେବା ସମ୍ପର୍କରେ ଯିଏ ପଚାରନ୍ତି ସେ କହନ୍ତି, ଏ ପୃଥିବୀକୁ କିଛି ଦିନ ଲାଗି ଆମେ ଆସିଛୁ, ଟଙ୍କା ପଛରେ କାହିଁକି ଗୋଡାଇବା? ଅନ୍ୟକୁ ଭଲ ପାଇବା ହେଉଛି ସବୁଠୁ ବଡ଼ କଥା ଓ ତାହା ହିଁ ଜୀବନକୁ ଆଗକୁ ବଢାଏ। ଏତିକି କହି ପୁଣି ଧନମ ପୁଣି ତାଙ୍କ କାମରେ ଲାଗିପଡ଼ନ୍ତି। ଧନମ ୧୯୬୦ରେ ବିବାହ କରିବା ପରେ ତାଙ୍କ ସ୍ବାମୀଙ୍କ ସହ ପୁଦୁକୋଟ୍ଟୋଇକୁ ଆସିଥିଲେ। ସେଠାରେ ତାଙ୍କ ସ୍ବାମୀ ଜଳଖିଆ ଦୋକାନ ଖୋଲିଥିଲେ । ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇ ମୃତ୍ୟୁ ଘଟିଲା ପରେ ୧୯୮୦ରେ ପରିବାର ଚଳାଇବା ଲାଗିି ଧନମ ଏହି କାର୍ଯ୍ୟରେ ଲାଗିଯାଇଥିଲେ। ସେବେଠାରୁ ସେ ଏହି ଦୋକାନ ଚଳାଇଆସୁଛନ୍ତି। ପ୍ରଥମେ ୩ ପଇସାରେ ଗୋଟିଏ ଇଡ୍‌ଲି ବିକୁଥିଲେ ଓ ଏବେ ତାହା ୨ ଟଙ୍କା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

ବୈଦିକ ସଂସ୍କୃତିର ସୌରଭ

ବେଦ, ମାନବ ଜାତି ପାଇଁ ଈଶ୍ୱରଙ୍କ ଅମୂଲ୍ୟ ସଂପଦ। ଏହା ପରମାତ୍ମାଙ୍କ ଅମୃତ ବାଣୀ। ଆର୍ଯ୍ୟ ସାହିତ୍ୟର ଅକ୍ଷୟ ଭଣ୍ଡାର। ଏଥିରେ ଥିବା ଈଶ୍ୱର ପ୍ରଦତ୍ତ...

ଆତଙ୍କବାଦ: ଉତ୍ସ ଓ ଉତ୍ପାଟନ

କେବଳ ମାତ୍ର ତୁମ ନିଜ ବିଶ୍ୱାସକୁ ହିଁ ଜ୍ଞାନ ବୋଲି କହି ଅନ୍ୟମାନଙ୍କ ବିଶ୍ୱାସକୁ ପ୍ରମାଦ, ଅଜ୍ଞାନ ଅଥବା ମିଥ୍ୟା ବୋଲି ଅଭିହିତ କରିବା ନିହାତି...

ସସୀମରୁ ଅସୀମ

ଛତିଶଗଡ଼ ବିଳାସପୁର ନିକଟରେ ଅଛି ଛୋଟ ସହର ମହ୍ଲାର ଏବଂ ଏଠାରେ ଚାରି ବାହୁ ଥିବା ଜଣେ ସୈନିକଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ସେ ହାତରେ...

ତରକାରି ଆଇନକୁ ଅଣଦେଖା

ବର୍ତ୍ତମାନ ବିବାହ ଓ ଭୋଜିଭାତ ଋତୁ ଚାଲିଛି। ଏହି ସମୟରେ ନଅ ତିଅଣ ଛଅ ଭଜାଠାରୁ ଆହୁରି ଲମ୍ବି ଗଲାଣି ଖାଇବା ମେନୁର ତାଲିକା। ଏମିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri