ଏଇ ଭାରତରେ

ଲୋକମାନେ ବିବାହ ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରନ୍ତି। ସବୁବେଳେ କିଛି ସ୍ବତନ୍ତ୍ର କରିବାକୁ ମଧ୍ୟ ଚାହିଁଥା’ନ୍ତି। ଏଥିସହ ମାତାପିତାଙ୍କର ମଧ୍ୟ ସେମାନଙ୍କ ସନ୍ତାନମାନଙ୍କର ବିବାହକୁ ନେଇ କିଛି ବିଶେଷ ଇଚ୍ଛା ଥାଏ। ସେମାନେ ତାହା ପୂରଣ କରିବା ଲାଗି ସବୁକିଛି କରିପାରନ୍ତି, ଯାହା ହରିୟାଣାର ସିର୍ସାର ନାଥୁସରି କଳାର ଏକ ବିବାହରୁ ସାମ୍ନାକୁ ଆସିଛି। ନାଥୁସରିକଳା ଗାଁର ରଘୁବୀର ସିଂ କଡ଼ୱାସରଙ୍କ ପୁଅ ଆୟୁଷ ରାଜସ୍ଥାନ ନୋହରର ପିଚକାରାଇ ଗାଁର ନିଶାଙ୍କୁ ବିବାହ କରିଛନ୍ତି। ଏହି ବିବାହରେ ବର କନ୍ୟାଠାରୁ ଗୋଟିଏ ନଡ଼ିଆ ଓ ୧ ଟଙ୍କା ଗ୍ରହଣ କରିଛନ୍ତି। ହେଲେ କନ୍ୟାଙ୍କୁ ବିବାହ କରିବା ପରେ ତାଙ୍କୁ ହେଲିକପ୍ଟରରେ ଘରକୁ ଆଣିଛନ୍ତି। ଆୟୁଷଙ୍କ ପିତା ରଘୁବୀରଙ୍କର ଇଚ୍ଛା ଥିଲା ଯେବେ ବି ତାଙ୍କ ପୁଅ ବିବାହ କରିବ, ସେ ତାଙ୍କ ବୋହୂକୁ ହେଲିକପ୍ଟରରେ ଆଣିବେ। ବିବାହ ସ୍ଥିର ହେବାପରେ ଏହି ଇଚ୍ଛା ପୂରଣ ପାଇଁ ହେଲିକପ୍ଟର ନିମନ୍ତେ ଅର୍ଥ ଯୋଗାଡ଼ଠାରୁ ଆରମ୍ଭକରି ଅନ୍ୟ ପ୍ରସ୍ତୁତି ଶେଷ କରିଥିଲେ। ହେଲିକପ୍ଟରରେ ବୋହୂ ନେଇ ଆସିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିବାହ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ତାଙ୍କ ଘରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri