ଏଇ ଭାରତରେ

ନିଜ ଜୀବନର ଅନୁଭବ ବହୁ ସମୟରେ ଅନ୍ୟମାନଙ୍କ ସେବା ଲାଗି ପ୍ରେରଣା ଯୋଗାଇଥାଏ, ଯାହା ଘଟିଛି କର୍ନାଟକର ମଞ୍ଜୁଳାଙ୍କ କ୍ଷେତ୍ରରେ। ୧୬ ବର୍ଷ ବୟସରେ ଅନିଚ୍ଛା ସତ୍ତ୍ୱେ ଗାଁର ଜଣେ ଯୁବକଙ୍କ ସହ ତାଙ୍କର ବିବାହ କରିଦିଆଯାଇଥିଲା ଓ ୧୯ ବର୍ଷ ବୟସରେ ତାଙ୍କୁ ତାଙ୍କ ପରିବାରର ଜଣେ ସଦସ୍ୟ ଦେହଜୀବୀ ହେବା ଲାଗି ବାଧ୍ୟ କରିଥିଲେ। ଏହି ବାଟରେ ଯାଇ ସେ ଦେହଜୀବୀର ଜୀବନ ଯନ୍ତ୍ରଣା ଅନୁଭବ କରିଥିଲେ। ଏବେ ତାଙ୍କର ବୟସ ୩୭ ଓ ସେ ଜଣେ ପାରାଲିଗାଲ ସେଚ୍ଛାସେବୀ ଭାବେ ଦେହଜୀବୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ଅନେକ ଜିଲା, ରାଜ୍ୟ ତଥା ଜାତୀୟ ସ୍ତରର ସରକାରୀ ନେଟଓ୍ବର୍କ ଏବଂ ଏନ୍‌ଜିଓଗୁଡ଼ିକରେ କାମ କରୁଛନ୍ତି। ଦେହଜୀବୀଙ୍କ ଜୀବନ ଜୀବିକା ଓ ସାମାଜିକ ସୁରକ୍ଷା ସକାଶେ ଲଢ଼େଇ କରୁଛନ୍ତି। ଭୋଟର ଆଇଡିଠାରୁ ଆରମ୍ଭକରି ଆଧାର ଏବଂ ଅନ୍ୟ ପ୍ରମାଣପତ୍ର ସବୁ ପାଇବାରେ ସହଯୋଗ କରୁଛନ୍ତି ଏବଂ ଏବେ ସୁଦ୍ଧା ସେ ୫୦୦ ଦେହଜୀବୀଙ୍କୁ ସାହାଯ୍ୟ କରିସାରିଲେଣି। କେବଳ ଏତିକି ନୁହେଁ, ଭାରତରେ ଆନ୍ଧ୍ରପ୍ରଦେଶ ପରେ ଅଧିକ ସଂଖ୍ୟକ ଦେହଜୀବୀ ଥିବା କର୍ନାଟକରେ ବିଭିନ୍ନ ଯୋଜନାରେ ଅନେକଙ୍କୁ ଋଣ କରାଇଦେଇ ସଶକ୍ତ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri