ଏଇ ଭାରତରେ

ଭାରତ ଏକ କୃଷିପ୍ରଧାନ ଦେଶ। ଦେଶର ଅଧିକାଂଶ ଅଞ୍ଚଳର ଚାଷଜମି ମୌସୁମୀବାୟୁ ଜନିତ ବର୍ଷାଜଳ ଉପରେ ନିର୍ଭର କରେ। ଏହାଦ୍ୱାରା ଭଲ ଫସଲ ହେବ ବୋଲି ଆଶା କରାଯାଏ। ତେବେ ବର୍ଷା ଆଗମନ ପାଇଁ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। କିନ୍ତୁ ଏଥିପାଇଁ ମହିଳାମାନେ ହଳ କରିବା କଥା ନିଆରା ନିଶ୍ଚୟ। ଇନ୍ଦ୍ରଦେବଙ୍କୁ ଖୁସି କରିବା ପାଇଁ ଉତ୍ତରପ୍ରଦେଶର ଦୋଲପୁରରେ ରାତିରେ ମହିଳାମାନେ ହଳ କରନ୍ତି। ଏହି ପରମ୍ପରା ଏଠାରେ ପୁରାତନ କାଳରୁ ଚଳିଆସୁଛି। ବର୍ଷା ଅଭାବରେ ଏଭଳି କରାଯାଇଥାଏ ବୋଲି ଲୋକେ କୁହନ୍ତି। ଏହାଦ୍ୱାରା ଇନ୍ଦ୍ରଦେବ ସନ୍ତୁଷ୍ଟ ହୋଇ ବର୍ଷା କରାଇଥାନ୍ତି। ଏହି ଅଞ୍ଚଳରେ ଅଧିକାଂଶ ସମୟରେ ମରୁଡ଼ି ପଡ଼ିଥାଏ। ତେଣୁ ଲୋକେ ଏଭଳି ପରମ୍ପରା ପାଳନ କରିଆସୁଛନ୍ତି। ମହିଳାମାନେ ହଳ କରିବା ସମୟରେ ଭକ୍ତି ସଙ୍ଗୀତ ଗାନ କରନ୍ତି। ସେହିପରି ବୁନ୍ଦେଲଖଣ୍ଡ, ଗୁଜରାଟର ନିମାର ଅଞ୍ଚଳରେ ଥିବା ଖରଗାଓଁରେ ମଧ୍ୟ ମହିଳାମାନେ ଏଭଳି କରିଥାନ୍ତି। ରାତିରେ ହଳ କରିବା ସମୟରେ ମହିଳା ତଥା ପ୍ରାପ୍ତବୟସ୍କା ଯୁବତୀ ମୁଣ୍ଡରେ ଓଢ଼ଣା ଦେଇ ନ ଥାନ୍ତି। ଏହା ଦ୍ୱାରା ବର୍ଷା ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri