ଏଇ ଭାରତରେ

ପ୍ରତିବର୍ଷ ଭାରତରେ ସଡ଼କ ଦୁର୍ଘଟଣା ହାର ବୃଦ୍ଧି ପାଇବାରେ ଲାଗିଛି। ସରକାର ତଥା ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ଦୁର୍ଘଟଣା ରୋକିବା ଲାଗି ସଚେତନ କରୁଛନ୍ତି। କିନ୍ତୁ ମୁମ୍ବାଇ-ପୁଣେ ଏକ୍ସପ୍ରେସଓ୍ବେରେ ଦୁର୍ଘଟଣା ରୋକିବା ପାଇଁ ପୀୟୂଷ ତିଓ୍ବାରୀଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଏହି ରାସ୍ତାରେ ଅନେକ ପ୍ରକାର ଜ୍ଞାନକୌଶଳ ଉପଯୋଗ କରିଛନ୍ତି। ଏହାଦ୍ୱାରା ସେ ଗତ ୪ ବର୍ଷ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁହାର ୪୩% କମାଇବାରେ ସକ୍ଷମ ହୋଇପାରିଛନ୍ତି। ଦୁର୍ଘଟଣା ମଧ୍ୟ ୨୯% କମିଛି। ୨୦୧୫ରେ ଭୟଙ୍କର ଦୁର୍ଘଟଣା ସଂଖ୍ୟା ୧୫୧ଟି ଥିଲାବେଳେ ୨୦୧୯ରେ ଏହା ୮୬ରେ ପହଞ୍ଚିଛି। ସେ ସେଭ୍‌ ଲାଇଫ ଫାଉଣ୍ଡେଶନ ଏନ୍‌ଜିଓ ମାଧ୍ୟମରେ ଏହା କରୁଛନ୍ତି। ସଡ଼କ ଦୁର୍ଘଟଣାରେ ତାଙ୍କ ପୁତୁରାଙ୍କୁ ହରାଇବା ପରେ ୨୦୦୮ରେ ସେ ଏହି ଫାଉଣ୍ଡେଶନ ଆରମ୍ଭ କରିଥିଲେ। ଏକ୍ସପ୍ରେସଓ୍ବେରେ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ କରିବା ଲାଗି ସେ ରାଜ୍ୟ ହାଇଓ୍ବେ ପୋଲିସ, ହାଇଓ୍ବେଅଥରିଟି ଏବଂ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ସହ ମିଶି କାର୍ଯ୍ୟ ଚଳାଇଛନ୍ତି। ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଠାବକରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୋଲିସକୁ ଅବଗତ କରୁଛି ଭେହିକିଲ ଆକ୍ଟିଭେଟେଡ ସ୍ପିଡ୍‌ ସାଇନ ସିଷ୍ଟମ(ଭିଏଏସ୍‌ଏସ୍‌)। ଏହା ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି(ଏଆଇ) ଟେକ୍‌ନୋଲୋଜି। ଏହି ସ୍ମାର୍ଟ ଟେକନୋଲୋଜି ଦ୍ୱାରା ଏକ୍ସପ୍ରେସଓ୍ବେର ୧୦୦୦ଟି ସ୍ଥାନ ଉପରେ ନଜର ରଖାଯାଇଛି। ପାଟ୍ରୋଲିଂ ସମୟରେ ରାସ୍ତା ଉପରେ ଉଡୁଥିବା ଡ୍ରୋନ ସଭିଙ୍କ ଉପରେ ଦୃଷ୍ଟି ରଖୁଛି। ଆଗକୁ ମୃତ୍ୟୁହାର ୭୫ରୁ ୮୦% କମ୍‌ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ପୀୟୂଷ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri