ଏଇ ଭାରତରେ

ଦେଶସେବା ପରେ ଏବେ ଚାଷରେ ଲାଗିଛନ୍ତି ରାଜସ୍ଥାନର ମୋତି ସିଂ। ତାଙ୍କ ଚାଷକୁ ନେଇ ଚର୍ଚ୍ଚା ହେଉଛି ଏଇଥିତ୍ପାଇଁ ଯେ, ସେ ଦେଢ଼ଫୁଟ ଲମ୍ବର ଲଙ୍କା ଫଳାଉଛନ୍ତି। ମୋତି ସେନାରେ ଚାକିରି କରିଥିତ୍ଲେ। ସେଥିରୁ ଅବସର ନେବା ପରେ ସେ ଜୈବିକ ପଦ୍ଧତିରେ ଚାଷ କରି ସବୁଠୁ ଲମ୍ବା ଲଙ୍କା ଫଳାଇବାରେ ସକ୍ଷମ ହୋଇଛନ୍ତି। ୧୯୯୨ରେ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ସେ ଗୁରୁତର ଆହତ ହୋଇଥିଲେ। ସୁସ୍ଥ ହେବା ପରେ ୧୯୯୫ରେ ସେନାରୁ ଅବସର ନେଇ ସ୍ଲେମା ଗାଁରେ ଚାଷ ଆରମ୍ଭ କରିଥିଲେ। ମୋତିଙ୍କ ବୟସ ୫୧। ଅବସର ସମୟରେ ସେ ପାଇଥିବା ୧.୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରଥମେ ଟମାଟୋ ଚାଷ କରି ୮୦,୦୦୦ ଟଙ୍କା ଲାଭ ପାଇଥିଲେ। ପରେ ସେ ପଲିହାଉସ ନିର୍ମାଣ କରି ଲଙ୍କା ଚାଷ ଆରମ୍ଭ କଲେ। ଏବେ ସେଥିରେ ସେ ଦେଢ଼ଫୁଟ ଲମ୍ବର ଲଙ୍କା ଫଳାଉଛନ୍ତି। ଲଙ୍କା ସହ ସେ ଟମାଟୋ, କାକୁଡ଼ି, କ୍ୟାପ୍ସିକମ୍‌ ବି ଚାଷ କରୁଛନ୍ତି। ସେ ଲମ୍ବା ଲଙ୍କା ଫଳାଇ ଗିନିଜ୍‌ ବୁକ୍ସ ଅଫ୍‌ ରେକର୍ଡସ୍‌ରେ ତାଙ୍କ ନାମ ସାମିଲ କରିବା ଲାଗି ଲକ୍ଷ୍ୟ ରଖିତ୍ଛନ୍ତି। ପଲିହାଉସରେ ଚାଷ କରି ପ୍ରଚୁର ଲାଭ ପାଉଥିବାରୁ ତାଙ୍କ ଚାଷ ପଦ୍ଧତି ସମ୍ପର୍କରେ ଜାଣିବା ଲାଗି ବିଭିନ୍ନ ଜାଗାରୁ ଚାଷୀମାନେ ଆସୁଛନ୍ତି। ସେ ଚାଷରେ ବହୁ ପୁରସ୍କାର ଲାଭ କରିଛନ୍ତି। ଅନେକ ମନ୍ତ୍ରୀ ଓ ସରକାରୀ ଅଧିକାରୀ ତାଙ୍କ ପଲିହାଉସ ପରିଦର୍ଶନରେ ଆସୁଛନ୍ତି। ତେବେ ଯୁବପିଢ଼ିଙ୍କୁ ଏହି ପଦ୍ଧତିର ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ ସେ ଅଭିଯାନ ଆରମ୍ଭ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri