ଏଇ ଭାରତରେ

ଚାଷୀଙ୍କ ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। କିନ୍ତୁ ଚାକିରି ଛାଡ଼ି ଏମାନଙ୍କ ପାଇଁ ସମୟ ଦେଉଥିତ୍ବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରୁ ତାମିଲନାଡୁର ବେଞ୍ଜାମିନ ରାଜା ଅନ୍ୟତମ। ସେ ରୁହନ୍ତି ତିରୁନାଲଭେଲିରେ। କୃଷିରେ ଜ୍ଞାନକୌଶଳ ଉପଯୋଗ କିଭଳି ଲାଭ ପହଞ୍ଚାଏ ତା’ର ବାଟ ଦେଖାଉଛନ୍ତି। କୃଷିରେ ରସାୟନ ତତ୍ତ୍ୱ୍ବ, ପାଗ ଓ ସମୟ ଜଡିତ। ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଦ୍ୱାରା ଏହିସବୁ ତତ୍ତ୍ୱର ସଫଳ ପରିଚାଳନା କରି ସେ ଚାଷୀମାନଙ୍କ ଉପତ୍ାଦନ ଦୁଇଗୁଣ କରିପାରୁଛନ୍ତି। ୨୦୧୦ରେ ଭଲ ଦରମାର କର୍ପୋରେଟ ଚାକିରି ଛାଡ଼ିବା ପରେ ୨୦୧୨ରୁ ଏକ ଷ୍ଟାର୍ଟଅପ୍‌ ଆରମ୍ଭ କରି ଏହି କାର୍ଯ୍ୟରେ ଲାଗିଛନ୍ତି। ସେ ୩୦୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ସାହାଯ୍ୟ କରି ସେମାନଙ୍କ ଉପତ୍ାଦନ ଦୁଇଗୁଣ ବଢାଇବାରେ ସକ୍ଷମ ହୋଇଛନ୍ତିି। ଏଆଇ ଦ୍ୱାରା ଚାଷରେ କମ୍‌ ଜଳ ଉପଯୋଗ ହେଉଛି । କୀଟମାନଙ୍କୁ ନିୟନ୍ତ୍ରଣ କରାଯାଉଛି ଓ ଗଛ ଲାଗି କେତେ ପରିମାଣର ସାର ଦରକାର ତାହା ମଧ୍ୟ ନିର୍ଦ୍ଧାରଣ ହୋଇପାରୁଛି। ଏସବୁର ସଫଳ ପରିଚାଳନା କରାଯାଉଥିବାରୁ ସବୁ ଚାଷୀ କମ୍‌ ଖର୍ଚ୍ଚରେ ଦୁଇଗୁଣ ଉପତ୍ାଦନ କରି ଭଲ ଲାଭ ପାଉଛନ୍ତିି। ବେଞ୍ଜାମିନଙ୍କ ଜ୍ଞାନକୌଶଳ ଅଧ ଏକରରୁ ୩୦ କି.ମି ଯାଏ କଭର୍‌ କରୁଛି। ଏକ ଏକରକୁ ସେନ୍‌ସର ଓ ଟେକ୍‌ନୋଲୋଜି ବାବଦରେ ୨୫ ଲକ୍ଷ ଟଙ୍କା ଆବଶ୍ୟକ ଥିତ୍ତ୍ବାବେଳେ ସେ ଆମ ଦେଶରେ ପ୍ରସ୍ତୁତ ଯନ୍ତ୍ର ବ୍ୟବହାର କରି ମାତ୍ର ୨.୫ ଲକ୍ଷ ଟଙ୍କାରେ ତାହା କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri