ଏଇ ଭାରତରେ

ହିଂସ୍ରଜନ୍ତୁ ଭରା ଜଙ୍ଗଲ ଭିତରକୁ ଯିବା କଥା କହିଲେ ଭୟରେ ଦେହ ଥରିଉଠେ। କିନ୍ତୁ ଦୀର୍ଘ ୧୯ ବର୍ଷ ହେବ କେରଳର ଡ. ଭିନ୍‌ସେଟ ଜାଭିିୟର ଏକୁଟିଆ ଜଙ୍ଗଲ ଭିତରେ ଅସହାୟ ଆଦିବାସୀମାନଙ୍କୁ ଚିକିତ୍ସା କରୁଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ ୫୫। ସବୁ ଚିକିତ୍ସା ଉପକରଣ ସାଥିରେ ନେଇ ଚାଲିଚାଲି ପାଥାନମ୍‌ଥିଟ୍ଟା ଜିଲା ସୀତାଥୋଡ଼େ ଗାଁର ଆଦିବାସୀମାନଙ୍କୁ ଚିକିତ୍ସା କରୁଛନ୍ତି। ପାହାଡ଼ ଜଙ୍ଗଲ ଘେରା ଏହି ଗାଁ ବି ଏକ ପଞ୍ଚାୟତ। ସେଠାକୁ ଯିବା ଲାଗି କୌଣସି ସାଧାରଣ ପରିବହନ ବ୍ୟବସ୍ଥା ନାହିଁ। ଭଲ ରାସ୍ତା ବି ନାହିଁ। ଥିରୁଭାନନ୍ତପୁରମ୍‌ରେ ଥିବା ତାଙ୍କ ସ୍ତ୍ରୀଙ୍କ ଘରକୁ ଯିବା ଅବସରରେ ସୀତାଥୋଡ଼େ ସମ୍ପର୍କରେ ଜାଣିବା ପରେ ସେଠାରେ ଚାକିରି କରିବାକୁ ନିଷ୍ପତ୍ତିି ନେଇଥିଲେ। ଏହି ଗାଁରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଥିଲେ ବି ଜଙ୍ଗଲୀ ଜନ୍ତୁଙ୍କ ଭୟରେ ସେଠାକୁ କୌଣସିି ଡାକ୍ତର ଯାଉ ନ ଥିଲେ। ହେଲେ ଚାକିରି କରିବା ପେରେ ଭିନ୍‌ସେଟ ୨୦୦୧ରୁ ସପ୍ତାହକୁ ୨ ଥର ସେହି ଗାଁକୁ ଯାଇ ଫେରିଆସୁଥିଲେ। ୨୦୦୯ରୁ ସେ ସେଠାରେ ଏକ ଭଡ଼ାଘରେ ସପ୍ତାହରେ ଦୁଇଦିନ ରହି ବିଭିନ୍ନ ଜାଗାକୁ ଯାଇ ଚିକିତ୍ସା କରୁଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ‘ମାକ୍କା ଡକ୍ଟର’ ବୋଲି ସମ୍ବୋଧନ କରିଥାନ୍ତି। ସେମାନଙ୍କ ଭାଷାରେ ମାକ୍କା ଅର୍ଥ ପିଲା। ପିଲାମାନଙ୍କ ଡାକ୍ତର ଭାବେ ପରିଚିତ ଭିନ୍‌ସେଟ ୧୯୯୫ରେ ତିରୁନେଲଭେଲି ମେଡିକାଲ କଲେଜରୁ ଏମବିବିଏସ୍‌ ଡିଗ୍ରୀ ହାସଲ କରିବା ପରେ ତାଙ୍କ ଘର ନାଗେରକୋଲିକୁ ଫେରିଥିଲେ ଓ ସେଠାରେ ୬ ବର୍ଷ ଏକ ମିଶନ ହସ୍ପିଟାଲରେ ଚିକିତ୍ସା କରିବା ପରେ ଏଭଳି ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କ ସେବାରେ ଲାଗିଛନ୍ତି। ଅବସର ପରେ ‘ମାକ୍କା ଡକ୍ଟର’ ନାମ ତାଙ୍କୁ ଜୀବନରେ ବହୁ ଶାନ୍ତି ଦେବ ବୋଲି କହନ୍ତି ଭିନ୍‌ସେଟ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri