ଏଇ ଭାରତରେ

ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଛି। ବିଶେଷକରି କରୋନା ବିରୁଦ୍ଧରେ ଲଢ଼େଇ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ ( ପିପିଇ) କିଟ୍‌ର ଅଭାବ ରହିଛି। ଏଥିପାଇଁ ବହୁ କମ୍ପାନୀ ତଥା ବ୍ୟକ୍ତିଗତ ସ୍ତରରେ ପିପିଇ କିଟ୍‌ ତିଆରି କରୁଥିବାବେଳେ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ସିଂ ନିଜସ୍ବ ଉଦ୍ୟମରେ ଏହାର ଅଭାବ ଦୂର କରିବାକୁ ଚେଷ୍ଟା କରୁଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲାର ଚିଫ୍‌ ଡେଭେଲପମେଣ୍ଟ ଅଫିସର୍‌ ଅରବିନ୍ଦ ୬ ଟି ବ୍ଲକର ୨୮ଟି ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଏହାକୁ ତିଆରି କରୁଛନ୍ତି। ଏହି କାର୍ଯ୍ୟରେ ପ୍ରାୟ ୧୭୫ ଗ୍ରାମୀଣ ମହିଳା ପିପିଇ କିଟ୍‌ ପ୍ରସ୍ତୁତ କରୁଛନ୍ତି। ମାର୍ଚ୍ଚ ୨୪ରୁ ଲକ୍‌ଡାଉନ ଘୋଷଣା ହେବା ପରେ ପରେ ଅରବିନ୍ଦ ପିପିଇ କିଟ୍‌ ତିଆରି କରିବା ପାଇଁ ମହିଳାମାନଙ୍କୁ ନିୟୋଜିତ କରିଛନ୍ତି। ସେ ଏହି ଅଭିଯାନର ନାଁ ଦେଇଛନ୍ତି ‘ଅପରେଶନ କବଚ’। ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ କୋଭିଡ୍‌-୧୯ ହସ୍ପିଟାଲ ଏହି କିଟ୍‌ ନେବା ପାଇଁ ଅର୍ଡର ଦେଇଛନ୍ତି। ଲକ୍ଷ୍ନୌର ନଦର୍ନ କମାଣ୍ଡସ ଆର୍ମି ବେସ୍‌ ହସ୍ପିଟାଲ ଅପରେସନ କବଚଠାରୁ ୨୦୦୦ ପିପିଇ କିଟ୍‌ ପାଇଁ ଅର୍ଡର ଦେଇଛି। ଘରୋଇ ହସ୍ପିଟାଲକୁ ଯେଉଁ ମୂଲ୍ୟରେ ସ୍ବାସ୍ଥ୍ୟ ବିଭାଗ ପିପିଇ କିଟ୍‌ ଯୋଗାଇ ଦେଉଛି ତା’ର ଅଧା ଦାମ୍‌ରେ ‘ଅପରେଶନ କବଚ’ ଯୋଗାଇଦେଉଛି। ଏହାର ମୂଲ୍ୟ ୪୯୦ ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri