ଏଇ ଭାରତରେ

ନିଜସ୍ବ ଉଦ୍ୟମରେ ପାହାଡ଼ିଆ ଅଞ୍ଚଳରେ କେଭ୍‌ଓ୍ବେଲ (ଗୁମ୍ଫା ଭଳି ଦେଖାଯାଉଥିତ୍ବା କୂଅ) ଖୋଳି ଲୋକମାନଙ୍କୁ ଚାଷକାମ ପାଇଁ ପାଣି ଯୋଗାଉଛନ୍ତି କେରଳର କୁଜମ୍ବୁ। ତାଙ୍କୁ ବର୍ତ୍ତମାନ ବୟସ ୬୭। ଦୀର୍ଘ ୫୦ ବର୍ଷ ମଧ୍ୟରେ ସେ ତାଙ୍କ ଅଞ୍ଚଳରେ ୧ ହଜାରରୁ ଊର୍ଦ୍ଧ୍ୱ କୂଅ ଖୋଳିସାରିଲେଣି। କସାରଗୁଡା ଜିଲାର କୁଣ୍ଡାମୁଝୀ ଗାଁର ବାସିନ୍ଦା କୁଜମ୍ବୁ ସେ ଅଞ୍ଚଳର ବିଭିନ୍ନ ଗ୍ରାମରେ କୂଅ ଖୋଳି ସେଥିରୁ କୃଷି ପାଇଁ ପାଣି ଯୋଗାଇ ଦେଉଛନ୍ତି। ସେ ୧୪ ବର୍ଷ ବୟସରୁ କୂଅ ଖୋଳିବା ଆରମ୍ଭ କରିଥିଲେ। ଏହି କୂଅ ସେ ପାହାଡ଼ କଡରେ ସରୁ ଗୁମ୍ଫା ଆକାରରେ ଖୋଳିଥାନ୍ତି। ୨.୫ ଫୁଟ୍‌ ଚଉଡାରେ ୩୦୦ ଫୁଟ ଗଭୀର ଯାଏ ପାଣି ପଡିବା ପର୍ଯ୍ୟନ୍ତ ଏହାକୁ ଖୋଳିଥାନ୍ତି। କୂଅରେ ପାଣି ଭର୍ତ୍ତି ହେବା ପରେ ତାହାକୁ ଏହି କୂଅ ପାଖରେ ଥିବା ଏକ କୁଣ୍ଡରେ ସଂରକ୍ଷିତ କରାଯାଇ କୃଷି କାର୍ଯ୍ୟରେ ବ୍ୟବହାର କରାଯାଏ। ଗଭୀର କୂଅ ଖୋଳିବା ସମୟରେ ସେ ବହୁ ସମୟରେ ସେ ବିପଦର ସମ୍ମୁଖୀନ ହେଲେ ବି କୃଷିପାଇଁ ଜଳ ଯୋଗାଇ ପାରୁଥିବାରୁ ସେ ଖୁସି ବୋଲି କହନ୍ତି କୁଜମ୍ବୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri