ଏଇ ଭାରତରେ

କୋଭିଡ-୧୯ କରୋନା ଭାଇରସ୍‌କୁ ପ୍ରତିରୋଧ କରିବା ଲାଗି ସାରା ବିଶ୍ୱ ସବୁ ବଳ ଖଟାଇ ଦେଇଛି। ହେଲେ ତାହାକୁ କାବୁ କରାଯାଇପାରୁନାହିଁ। ପ୍ରତିଦିନ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ବିଶ୍ୱରେ ବୈଜ୍ଞାନିକମାନେ ଓଷଧ ବିକାଶ କରିବାରେ ଲାଗିଥିବାବେଳେ ଭାରତରେ ଦୁଇଜଣ ପୂର୍ବତନ ଆଇଆଇଟି ଛାତ୍ର କରୋନା ଭାଇରସ୍‌କୁ ରୋକିବା ଲାଗି ଏକ ରୋବୋ ନିର୍ମାଣ କରିଛନ୍ତି। ଏହି ଦୁଇଜଣ ଯୁବ ବୈଜ୍ଞାନିକ ହେଉଛନ୍ତି ଦେବଯାନ ଶାହା ଓ ଡ. ଶଶି ରଞ୍ଜନ। ମଣିଷ ଭଳି ଦେଖିବାକୁ ଏହି ରୋବୋର ନାମ‘ ଏୟାରଲେନ୍ସ ମାଇନସ୍‌ କରୋନା’ ରଖାଯାଇଛି। ହସ୍ପିଟାଲ, ବସଷ୍ଟାଣ୍ଡ୍‌,ରେଲଓ୍ବେ ଷ୍ଟେଶନ, ଶପିଂ ମଲ୍‌ ଆଦି ସ୍ଥାନରେ ଏହି ରୋବୋ ଆଇଓନାଇଜଡ୍‌ ଓ୍ବାଟର ସ୍ପ୍ରେ କରି କରୋନା ଭୂତାଣୁକୁ ଶେଷ କରିପାରିବ ବୋଲି କହନ୍ତି ଶାହା। ସ୍ପ୍ରେ ମାଧ୍ୟମରେ କରୋନା ଭୂତାଣୁର ପ୍ରୋଟିନ କୋଟିଂକୁ ନଷ୍ଟ କରିପାରିବ। ଲକ୍‌ଡାଉନ ସମୟରେ ଶହା କୋଲକାତାରେ ଓ ଡ. ଶଶି ଦିଲ୍ଲୀରେ ରହୁଥିଲେ ମଧ୍ୟ ସେହି ଅଞ୍ଚଳରେ ଉପଲବ୍ଧ ହେଉଥିବା ସଂସାଧନକୁ ଉପଯୋଗ କରି ସେମାନେ ଏହାର ପ୍ରୋଟୋଟାଇପ୍‌ ବା ପ୍ରତିକୃତି ନିର୍ମାଣ କରିଛନ୍ତି। ଏହାର ପରୀକ୍ଷା ପାଇଁ ବିଜ୍ଞାନ ଓ ଜ୍ଞାନକୌଶଳ ବିଭାଗ ଅଧୀନରେ ଥିବା ଜ୍ଞାନକୌଶଳ ବିକାଶ ବୋର୍ଡ ନିକଟକୁ ପଠାଇଛନ୍ତି। ତେବେ ଏହି ସଂକଟ ସମୟରେ ଏଭଳି ଅଧିକ ରୋବୋ ନିର୍ମାଣ କରିବାକୁ ଇଞ୍ଜିନିୟରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେମାନେ ବିଭାଗକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri