ଏଇ ଭାରତରେ

ଜଣେ ମହିଳା ୨୨ ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ମହିଳାଙ୍କୁ ସଶକ୍ତ କରିବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ପ୍ରେମା ଗୋପାଳନ। ସେ ମହାରାଷ୍ଟ୍ର, ତାମିଲନାଡୁ, ବିହାର ଆଦି ରାଜ୍ୟରେ ପାଖାପାଖି ୨୦୦୦ ଗାଁରେ ୫ ଲକ୍ଷ ମହିଳାଙ୍କୁ ଆମତ୍ନିର୍ଭରଶୀଳ କରିପାରିଛନ୍ତି। ୧୯୯୨ରେ ପ୍ରଥମେ ସେ ସ୍ବୟଂ ଶିକ୍ଷା ପ୍ରୟୋଗ (ଏସ୍‌ଏସ୍‌ପି) ଗଠନ କରି ସେବେଠାରୁ କାର୍ଯ୍ୟ କରୁଛନ୍ତି। ସୋସିଆଲ ଓ୍ବାର୍କରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ପ୍ରେମା ୧୯୯୩ରେ ଗାଁ ମହିଳାମାନେ କିପରି ଶିକ୍ଷା ପାଇବେ ଓ ଆମତ୍ନିର୍ଭରଶୀଳ ହୋଇପାରିବେ ସେ ଦିଗରେ ଗୁରୁତ୍ୱ ଦେଇଥିଲେ। ସେ ମହିଳାମାନଙ୍କୁ ହସ୍ତକଳା, ସିଲାଇ ଶିକ୍ଷା ଦେବା ଆରମ୍ଭ କରିଥିଲେ। ୧୯୯୮ରେ ଏସ୍‌ଏସ୍‌ପି ପଞ୍ଜୀକୃତ ହୋଇଥିତ୍ଲା। ପ୍ରଥମ ୫ ବର୍ଷ ମଧ୍ୟରେ ପ୍ରେମା ଲାଟୁର ଓ ଉସ୍‌ମାନବାଦ ଜିଲାର ୧୨୦୦ ଗାଁରୁ ୨ ଲକ୍ଷ ମହିଳାଙ୍କୁ ତାଙ୍କ କାର୍ଯ୍ୟଧାରାରେ ସାମିଲ କରିପାରିଥିଲେ। ସବୁଠୁ ବଡକଥା ହେଉଛି, ମରୁଡିପ୍ରବଣ ମରାଠାଓ୍ବାଡା ଯେଉଁଠି ମହିଳାଙ୍କୁ ଚାଷ କରିବା ମନା ସେଠାରେ ମହିଳାମାନଙ୍କୁ ଜୈବିକ କୃଷି କରାଇବାରେ ସକ୍ଷମ କରିପାରିଛନ୍ତି। ଏହାଦ୍ୱାରା ସେମାନେ କୃଷିଋଣ ମଧ୍ୟ ଶୁଝିବାରେ ସମର୍ଥ ହୋଇପାରୁଛନ୍ତି। ମହିଳାମାନଙ୍କୁ କୃଷି ସମ୍ପର୍କରେ ସବୁ ପ୍ରକାର ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି। ସେମାନେ ପ୍ରତ୍ୟେକେ ୧ ଏକର ଲେଖାଏ ଜମିରେ ଏହି ଚାଷ କରୁଛନ୍ତି। ଗୋଟିଏ ବର୍ଷରେ ସେମାନେ ୨୫ ପ୍ରକାର ଫସଲ କରୁଛନ୍ତି। ଏଥିରେ ଘରର ଆବଶ୍ୟକତା ପୂରଣ କରିବା ସହ ବଳକା ଫସଲ ବଜାରରେ ବିକ୍ରି କରୁଛନ୍ତି। କେବଳ ଘରକାମ, ରୋଷେଇ ଓ ପିଲାଙ୍କ ଯତ୍ନ ନେବାରେ ବନ୍ଧା ହୋଇଥିବା ଏହି ମହିଳାମାନେ ଏବେ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri