ଏଇ ଭାରତରେ

ଥରେ ଜଣେ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା କହିଥିଲେ ‘ଯଦି ତୁମ ପାଖରେ କୌଣସି କାର୍ଯ୍ୟ କରିବାର ଦକ୍ଷତା ରହିଛି ତେବେ ତାହା ତୁମେ ମାଗଣାରେ କର ନାହିଁ’। କିନ୍ତୁ କେରଳର ଆଲୁଭାନିବାସୀ ସାଜି ଭାଲାସେରି ଏଥିରେ ଏକମତ ନୁହନ୍ତି। ସେ ଦିନବେଳା ଷ୍ଟିଲ୍‌ ଫର୍ନିଚର ତିଆରି କରି ପେଟ ପୋଷୁଥିଲେ ବି ତାଙ୍କ ମୂଳ ଲକ୍ଷ୍ୟ ରହିଛି ସୁଇମିଂ ମାଧ୍ୟମରେ ଖୁସି ବାଣ୍ଟିବା। ସେ ଏବେ ସ୍କୁୁଲ୍‌ ପିଲା, ବୟସ୍କ ତଥା ଦୃଷ୍ଟିବାଧିତଙ୍କୁ ମାଗଣାରେ ସୁଇମିଂ ପ୍ରଶିକ୍ଷଣ ଦେଉଛନ୍ତି। ୫ ବର୍ଷ ବୟସର ପିଲାଠାରୁ ଆରମ୍ଭ କରି ୬୫ ବର୍ଷର ବୃଦ୍ଧ ପର୍ଯ୍ୟନ୍ତ ସାଜିଙ୍କଠାରୁ ସୁଇମିଂ ଶିଖୁଛନ୍ତି। ଏକ ଦଶନ୍ଧି ହେବ ସେ ଏହି କାର୍ଯ୍ୟ କରିଆସୁଛନ୍ତି। ପ୍ରଥମେ ସାଜି ତାଙ୍କର ଓ ତାଙ୍କ ବନ୍ଧୁଙ୍କର ତିନି ଜଣ ପିଲାଙ୍କୁ ସୁଇମିଂ ଶିଖାଇବା ଆରମ୍ଭ କରିବା ପରେ ଏବେ ସୁଦ୍ଧା ୩୨୦୦ ଲୋକଙ୍କୁ ଏହା ଶିଖାଇ ସାରିଲେଣି। ବୟସ୍କମାନଙ୍କ ପାଇଁ ଡିସେମ୍ବରରୁ ମାର୍ଚ୍ଚ ଓ ପିଲାମାନଙ୍କ ଲାଗି ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ସେ ପ୍ରଶିକ୍ଷଣ ଦେଉଛନ୍ତି। ସୁଇମିଂ ଅଭ୍ୟାସ ଆଲୁଭା ନଦୀରେ ସକାଳ ୬ରୁ ୯.୩୦ ଯାଏ ଚାଲେ । ଅଭ୍ୟାସ ସମୟରେ ସୁରକ୍ଷା ପାଇଁ ସାଜି ଗୋଟିଏ ସେଫ୍ଟି ବୋଟ୍‌ ଓ ଗୋଟିଏ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି ଯାହା ସବୁବେଳେ ମିଳିଥାଏ। ସାଜିଙ୍କଠାରୁ ସୁଇମିଂ ଶିକ୍ଷା କରିବା ପରେ ମନୋଜ ନାମକ ଜଣେ ଦୃଷ୍ଟିବାଧିତ ବାଳକ କେରଳର ଦୀର୍ଘତମ ନଦୀ ପାର କରିପାରିଛନ୍ତି। ଏହା ସହ ମାଲୁ ସିକା ବି ଭେମ୍ବନାଦ ହ୍ରଦ ପାର କରିବାରେ ପ୍ରଥମ ମହିଳା ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri