ଏଇ ଭାରତରେ

ଭୟରେ ଥାନା ଦୁଆରମୁହଁ ମାଡୁ ନ ଥିବା ଆଦିବାସୀଙ୍କ ବିଶ୍ୱାସଭାଜନ ହୋଇପାରିିଛି ରାଜସ୍ଥାନ ପୋଲିସ। ଉଦୟପୁର ରେଞ୍ଜର ମହାନିରୀକ୍ଷକ ବିନୀତା ଠାକୁର୍‌ ଓ ଡୁଙ୍ଗରପୁର ଜିଲା ପୋଲିସ ଅଧୀକ୍ଷକ ଜୟ ଯାଦବ ସପ୍ତାହରେ ଗୋଟିଏ ଦିନ ଆଦିବାସୀ ଗାଁକୁ ଯାଇ ସେଠାରେ ପିଲାମାନଙ୍କୁ ପଢାଉଛନ୍ତି। ପୋଲିସ ଅଧିକାରୀମାନେ ଛୋଟ ପିଲାମାନଙ୍କୁ ପ୍ରାରମ୍ଭିକ ସ୍ତରର ଶିକ୍ଷା ପ୍ରଦାନ କରୁଛନ୍ତି। ଏହା ବ୍ୟତୀତ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ବିଭିନ୍ନ ବିଷୟ ପଢାଇବା ସହ ସେମାନଙ୍କୁ ସରକାରୀ ଚାକିରି ସମ୍ପର୍କରେ ଅବଗତ ମଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ଆଦିବାସୀଙ୍କ ଉନ୍ନତି ପାଇଁ କରାଯାଇଥିବା ଯୋଜନା ବିଷୟରେ ଏମାନେ ସଚେତନ କରୁଛନ୍ତି। ସମୟ ସମୟରେ ପୋଲିସ ଅଧିକାରୀମାନେ ପିଲାମାନଙ୍କୁ ବାହାରକୁ ବୁଲାଇବା ଲାଗି ମଧ୍ୟ ନେଉଛନ୍ତି ଓ ପିଲାମାନେ ଏମାନଙ୍କୁ ‘ପୋଲିସ ଗୁରୁ’ ବା ‘ପୋଲିସ ଚାଚା’ ବୋଲି ସମ୍ବୋଧନ କରୁଛନ୍ତି। ଉକ୍ତ ଅଧିକାରୀମାନେ ପିଲାମାନଙ୍କ ସହ ମଧ୍ୟାହ୍ନଭୋଜନ କରୁଛନ୍ତି। ଏମିତି କି ଜୟ ଯାଦବ ଗୋଟିଏ ଦିନ ରାତିରେ ଆଦିବାସୀଙ୍କ ସାଥିରେ ରହୁଛନ୍ତି। ଏହି ସମୟରେ ସେ ଆଦିବାସୀ ସଂସ୍କୃତି ସମ୍ପର୍କରେ ଜାଣିବା ସହ ସେମାନଙ୍କୁ ଅନ୍ଧବିଶ୍ୱାସ ଯୋଗୁ ହେଉଥିବା କ୍ଷତି ସମ୍ପର୍କରେ ଅବଗତ କରୁଛନ୍ତି। ସେହିପରି ବାଂଶବାଡା ପୋଲିସ ଅଧୀକ୍ଷକ କେଶର ଶେଖାଓ୍ବତ ତାଙ୍କ ଅଞ୍ଚଳରେ ସରକାରୀ ସ୍କୁଲକୁ ଯାଇ ପିଲାମାନଙ୍କୁ ଗଣିତ ପଢାଉଛନ୍ତି। ଏହି ବରିଷ୍ଠ ଅଧିକାରୀମାନେ ଥାନା ଅଧିକାରୀମାନଙ୍କ ଦ୍ୱାରା ଗରିବ ପିଲାମାନଙ୍କୁ ବହି, ଖାତା ଓ ୟୁନିଫର୍ମ ମଧ୍ୟ ଯୋଗାଇଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri