ଏଇ ଭାରତରେ

ଭୋକିଲା ପିଲାର ପେଟକଥା ବୁଝିପାରୁଛନ୍ତି କୋଲକାତାର ମୈତ୍ରୀ ବାନାର୍ଜୀ। ସେ ଚାକିରି ଛାଡି ଅବହେଳିତ ପିଲାମାନଙ୍କ ମୁହଁରେ ହସ ଫୁଟାଉଛନ୍ତି। ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ଦକ୍ଷିଣେଶ୍ୱରର ମୈତ୍ରୀ ବିବାହ କରିବା ପରେ କୋଲକାତା ଆସି ଚାକିରି କରିଥିଲେ। ୪ ବର୍ଷ ତଳେ ସେ ଚାକିରି ଛାଡି ଶେଓରାଫୁଲି, ବଣ୍ଡେଲ୍‌ ଓ ରସୁଲ୍‌ପୁର ଅଞ୍ଚଳରେ ରାସ୍ତାରେ ବୁଲୁଥିବା ଅବହେଳିତ ପିଲାମାନଙ୍କ ଭବିଷ୍ୟତ ଗଢିବା ଆରମ୍ଭ କରିଥିଲେ। ପ୍ରଥମେ ସେ ଏକ ହ୍ବାଟ୍ସଆପ୍‌ ଗ୍ରୁପ ଖୋଲି ଘର ଘର ବୁଲି ପୋଷାକ, ବ୍ୟାଗ, ଜୋତା ଏବଂ କମ୍ବଳ ଯୋଗାଡ କରି ପିଲାମାନଙ୍କୁ ଦେଉଥିଲେ। ମୈତ୍ରୀଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ‘ମହାଜୀବନ’ ନାମକ ଏକ ବେସରକାରୀ ସଂସ୍ଥା ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଏହି ସଂସ୍ଥା ସହ ମିଶି ମୈତ୍ରୀ ପିଲାମାନଙ୍କ ପାଇଁ ଦୈନିକ ଭୋଜନ ବ୍ୟବସ୍ଥା କରିବା ସହ ଦିନବେଳା ଅନ୍ୟ ଜଣେ ଶିକ୍ଷକଙ୍କ ସହଯୋଗରେ ପଢାଉଛନ୍ତି। ହସ୍ତକଳା ସମ୍ପର୍କରେ ଶିକ୍ଷା ମଧ୍ୟ ଦେଉଛନ୍ତି। ଏମାନଙ୍କ ମଧ୍ୟରୁ ବହୁ ପିଲା ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି। ଏବେ ସୁଦ୍ଧା ମୈତ୍ରୀ ୧୧୦ଜଣ ପିଲାଙ୍କୁ ଉଦ୍ଧାର କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri