ଏଇ ଭାରତରେ

ନାଗରିକତ୍ୱ ସଂଶୋଧନ ଆଇନ୍‌କୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲୁଥିବାବେଳେ ଉତ୍ତରପ୍ରଦେଶ ଗୋଣ୍ଡା ଜିଲାର ଓ୍ବଜିରଗଞ୍ଜ ହିନ୍ଦୁ-ମୁସଲମାନ ଏକତାର ଏକ ଅଧ୍ୟାୟ ଲେଖିଚାଲିଛି। ଓ୍ବଜିରଗଞ୍ଜ ବ୍ଲକର ରସୁଲପୁରସ୍ଥିତ ଏକ ମଦ୍ରାସାରେ ଉଭୟ ହିନ୍ଦୁ ଓ ମୁସଲମାନ ପିଲା ପଢୁଛନ୍ତି। ସେଠାକାର ମୁସଲମାନ ବୁଦ୍ଧଜୀବୀମାନେ ସମାଜର ବିକାଶ ପାଇଁ ମଦ୍ରାସାରେ ଧର୍ମନିରପେକ୍ଷ ଭିତ୍ତିରେ ଶିକ୍ଷା ପ୍ରଦାନ କରାଯିବାର ଆବଶ୍ୟକତାକୁ ଉପଲବ୍ଧି କରି ଆରମ୍ଭ କରିଥିଲେ ଏଭଳି ବ୍ୟବସ୍ଥା। ଏହାର ନାମ ଗୁଲ୍‌ଶନ-ଇ-ବାଗଦାଦ୍‌। ଏଠାରେ ମୁସଲ୍‌ମାନ ଛାତ୍ର ସଂସ୍କୃତ ପଢୁଛନ୍ତି ଓ ହିନ୍ଦୁ ଛାତ୍ର ପଢୁଛନ୍ତି ଉର୍ଦ୍ଦୁ। ଏହି ମଦ୍ରାସାର ୨୩୦ ଜଣ ଛାତ୍ରଙ୍କ ମଧ୍ୟରେ ଅଛନ୍ତି ୩୦ ଜଣ ହିନ୍ଦୁ ଛାତ୍ର। ଏମାନଙ୍କ ମଧ୍ୟରୁ ଅଧିକାଂଶ ଉର୍ଦ୍ଦୁ ପଢୁଥିବାବେଳେ ୫୦ ଜଣ ମୁସଲମାନ ଛାତ୍ର ପଢୁଛନ୍ତି ସଂସ୍କୃତ। ଅନେକ ମୁସଲମାନ ଛାତ୍ର ଉଭୟ ସଂସ୍କୃତ ଓ ଉର୍ଦ୍ଦୁ ପଢୁଛନ୍ତି। ଉର୍ଦ୍ଦୁ ଓ ସଂସ୍କୃତ ସହିତ ଏଠାରେ ପିଲାମାନଙ୍କୁ ପର୍ସିଆନ, ହିନ୍ଦୀ, ଆରବିକ୍‌, ଇଂଲିଶ, ଗଣିତ ଓ ବିଜ୍ଞାନ ବିଷୟରେ ଶିକ୍ଷା ଦିଆଯାଉଛି। ଉର୍ଦ୍ଦୁ ଓ ଆରବିକ୍‌ ପଢାଇବା ଲାଗି ଦୁଇ ଜଣ, ସଂସ୍କୃତ ପାଇଁ ଜଣେ ଓ ଅନ୍ୟ ସବୁ ବିଷୟ ପାଇଁ ତିନିଜଣ ଶିକ୍ଷକ ସ୍କୁଲ୍‌ରେ ନିଯୁକ୍ତି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri