ଏଇ ଭାରତରେ

ଦାନକଲେ ପୁଣ୍ୟ ଅର୍ଜନ ହୋଇଥାଏ। ଅର୍ଥଦାନ, ଅନ୍ନଦାନ, କନ୍ୟାଦାନ, ଗୋ-ଦାନ ଏବଂ ଭୂମିଦାନ ଆଦି ଅନେକ ପ୍ରକାର ଦାନ କରାଯାଉଥିବା ବେଳେ କେଶଦାନ କରିବା ନୂଆ ନିଶ୍ଚୟ। ଉତ୍ତରାଖଣ୍ଡର ରୁର୍‌କୀ ଅଞ୍ଚଳର ଜଣେ ମହିଳା କ୍ୟାନ୍‌ସର ପୀଡ଼ିତଙ୍କ ସହାୟତା ଲାଗି ନିଜର ସୁନ୍ଦର କେଶ ଦାନ କରିଛନ୍ତି। ସ୍ଥାନୀୟ ରାମନଗରର ସୋନମ୍‌ ଭଟେଜା ଏଭଳି କରି ଏକ ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। କ୍ୟାନ୍‌ସର ରୋଗୀଙ୍କୁ ସହାୟତା ନିମନ୍ତେ କେଶ ଦାନ ସମ୍ପର୍କରେ ସେ ମୁମ୍ବାଇର ‘ମଦଦ’ ନାମକ ଏକ ସଂସ୍ଥାର ଓ୍ବେବସାଇଟ୍‌ରୁ ଜାଣିବାକୁ ପାଇଥିଲେ। ତେବେ ଏଥିପାଇଁ ୧୨ରୁ ୧୩ ଇଞ୍ଚ ଲମ୍ବ କେଶର ଆବଶ୍ୟକତା ଥିବା ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଥିଲା। ଏହାପରେ ସୋନମ୍‌ ଯତ୍ନର ସହିତ କେଶ ବଢ଼ାଇ ସମ୍ପୃକ୍ତ ଓ୍ବେବ୍‌ସାଇଟ୍‌କୁ ସୂଚନା ଦେଇଥିଲେ। ଓ୍ବେବ୍‌ସାଇଟ୍‌ କର୍ମଚାରୀ ଏକ ବିୟୁଟି ପାର୍ଲରରେ ସୋନମ୍‌ଙ୍କ କେଶ କଟାଇଥିଲେ। କ୍ୟାନ୍‌ସର ରୋଗୀଙ୍କର କେମୋଥେରାପି ଚିକିତ୍ସା ସମୟରେ ମୁଣ୍ଡର କେଶ ଉପୁଡ଼ି ଯାଇଥାଏ। ଓ୍ବେବ୍‌ସାଇଟ୍‌ ଦ୍ୱାରା ସଂଗୃହୀତ କେଶରେ ଓ୍ବିଗ୍‌ ପ୍ରସ୍ତୁତ କରାଯାଇ ରୋଗୀଙ୍କୁ ଯୋଗାଇଦେବାର ବ୍ୟବସ୍ଥା ରହିଛି। କ୍ୟାନ୍‌ସର ରୋଗୀଙ୍କ ନିମନ୍ତେ ସୋନମ୍‌ଙ୍କ କେଶଦାନ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri