ଏଇ ଭାରତରେ

ସମାଜରେ ଅନେକେ ଅଛନ୍ତି ଯେଉଁମାନଙ୍କ ଉଦ୍ୟମ କେବଳ ଭଲ କାର୍ଯ୍ୟ ଲାଗି ଅଭିପ୍ରେତ। ଏମାନଙ୍କ ମଧ୍ୟରୁ ଛତିଶଗଡ଼ର ଶ୍ରଦ୍ଧା ସାହୁ ଜଣେ। ପରିବେଶକୁ ପ୍ରଦୂଷଣ ପ୍ରକୋପରୁ ରକ୍ଷା କରିବା ପାଇଁ ତଥା ସଚେତନତା ଆଣିବାରେ ଭିଲାଇର ଉମରପଟିର ଶ୍ରଦ୍ଧା ଏକ ଅଭିନବ ପ୍ରୟାସ କରିଛନ୍ତି। ଥରେ ଉପଯୋଗ ହେଉଥିତ୍ବା ପ୍ଲାଷ୍ଟିକ୍‌ ଗ୍ଲାସ, ପ୍ଲେଟ୍‌ ବ୍ୟବହାର ବନ୍ଦ କରିବା ଲାଗି ସେ ବାସନକୁସନ ବ୍ୟାଙ୍କ କରିଛନ୍ତି। ଏହି ବ୍ୟାଙ୍କରୁ ଥାଳି, ଗିନା. ଚାମଚ, ଗ୍ଲାସ୍‌ ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ଦେଉଛନ୍ତି। ଏଥିପାଇଁ କିଛି ଦେୟ ନେଉନାହାନ୍ତି। କିନ୍ତୁ ବ୍ୟବହାର କରିବା ପରେ ତାହାକୁ ସଫା କରି ପୁଣି ଫେରାଇ ଦେବା ଲାଗି ଶ୍ରଦ୍ଧା ଏକ ସର୍ତ୍ତ ରଖିଛନ୍ତି। ସେ ତାଙ୍କ ପକେଟ ମନି ସଞ୍ଜୟ କରି ବ୍ୟାଙ୍କ ଲାଗି ଏହି ବାସନ କିଣିଛନ୍ତି। ୧୦୦ଟି ଥାଳିରେ ଏହି ବ୍ୟାଙ୍କ ଆରମ୍ଭ କରିଥିଲେ। ଏବେ ସେ ୫ ଶହରୁ ଅଧିକ ଥାଳି, ଗ୍ଲାସ୍‌ ଓ ଗିନା କିଣି ସାରିଲେଣି। ଏହି ବ୍ୟାଙ୍କର ଚାହିଦା ବଢିଯିବାରୁ ଏବେ ସେ ଅଧିକ ବାସନ ଟେଣ୍ଟ୍‌ ହାଉସରୁ ଆଣି ଲୋକଙ୍କୁ ଯୋଗାଇ ଦେଉଛନ୍ତି। ବିଭିନ୍ନ ଧାର୍ମିକ, ସାମାଜିକ ଓ ମାଙ୍ଗଳିକ କାର୍ଯ୍ୟରେ ତାଙ୍କ ବାସନ ବି ଉପଯୋଗ ହେଉଛି। ୪ଟି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରଦ୍ଧାଙ୍କ ଏହି ବାସନବ୍ୟାଙ୍କରୁ ବାସନ ରେଲଓ୍ବେ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଉପଯୋଗ ହେଉଛି। ପରିବେଶ ପ୍ରଦୂଷଣ ରୋକିବାରେ ଶ୍ରଦ୍ଧାଙ୍କର ଏହି ନିଆରା ଉପାୟ ଢେର ଲୋକପ୍ରିୟତା ହାସଲ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri