ଏଇ ଭାରତରେ

ମଣିଷ ଆଧୁନିକ ଜୀବନଶୈଳୀକୁ ଆପଣାଇ ନେଉଥିବା ବେଳେ ହରିୟାଣା ପାନିପଥର ଏକ ଗାଁରେ ଏବେ ସୁଦ୍ଧା ଟେଲିଭିଜନ ଦେଖିବା ଉପରେ କଟକଣା ଲଗାଯାଇଛି। କେବଳ ଏତିକି ନୁହେଁ ଶିକ୍ଷା ଅଭାବରୁ ଗାଁର ସ୍ଥିତି ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଗାଁର ନାମ ଜଲାଲପୁର-୨। ଏହି ମୁସଲମାନ ବହୁଳ ଗାଁରେ ୧୫୦ ପରିବାର ରହୁଛନ୍ତି। ଟିଭି ଦେଖିବା ଇସଲାମ୍‌ ବିରୋଧୀ କହି ଗାଁରେ ଟିଭି ଦେଖିତ୍ବା ବନ୍ଦ କରାଯାଇଛି। ୨୦୧୫ ପାଞ୍ଚାୟତ ନିର୍ବାଚନରେ ଜିତିଲେ ପ୍ରାର୍ଥୀ ମୁଜାହିର୍‌ ଟିଭି ଲଗାଇବା ଲାଗି ଘୋଷଣା କରିଥିଲେ ଓ ନିର୍ବାଚନ ଜିତିବା ପରେ ପଞ୍ଚାୟତ କାର୍ଯ୍ୟାଳୟରେ ଟିଭି ଲଗାଇଥିଲେ। କିନ୍ତୁ ତାହାକୁ କିଛି ଦିନ ମଧ୍ୟରେ ବନ୍ଦ କରିଦିଆଗଲା। ୨୦୦୯ରେ ପୂର୍ବତନ ସରପଞ୍ଚଙ୍କୁ ବି ସରକାରଙ୍କ ତରଫରୁ ଏକ ଟିଭି ମିଳିଥିଲା, କିନ୍ତୁ ତାହା ଦିନଟିଏ ବି ଚାଲିପାରି ନ ଥିଲା। ଏହି ଗାଁରେ ଥିବା ଅଙ୍ଗନଓ୍ବାଡ଼ି କର୍ମୀ ଆବିଦା କେବଳ ଏକମାତ୍ର ମହିଳା ଯିଏ କି ଦଶମ ଯାଏ ପଢିଛନ୍ତି। ନବମରେ ପଢୁଥିବାବେଳେ ତାଙ୍କର ବହାଘର ହୋଇଥିଲା। ପରେ ୨୦୦୬ରେ ତାଙ୍କୁ ଅଙ୍ଗନଓ୍ବାଡ଼ିରେ ନିଯୁକ୍ତି ମିଳିଥିଲା। ସେ ପ୍ରଥମ ମହିଳା ଯିଏ ତାଙ୍କ ପିଲାଙ୍କୁ ଗାଁ ବାହାରକୁ ପଢାଇବାକୁ ପଠାଉଛନ୍ତି। ପୂରା ଗାଁରେ ୪ଟି ପରିବାରରେ ଟିଭି ରହିଥିଲେ ବି ପ୍ରଭାବଶାଳୀ ବ୍ୟକ୍ତିମାନେ ଚାପ ପକାଇ ସେଥିରୁ ତିନୋଟି ବନ୍ଦ କରିଦେଇଛନ୍ତି। କେବଳ ୨୦୧୪ରୁ ଆବିଦା ଟିଭି ଆଣିଥିଲେ ଓ ଏବେ ଲୁଚି ଲୁଚି ଦେଖୁଛନ୍ତି। ରାଜ୍ୟ ତଥା ଦେଶବିଦେଶର ଖବର ଗାଁ ଲୋକେ ଜାଣିପାରୁନାହାନ୍ତି। ଏହି ଗାଁରେ ଜଣେ ହେଲେ ବ୍ୟକ୍ତି କଲେଜ ଦୁଆର ମୁହଁ ମାଡିନାହାନ୍ତି। ଜଣେ ହେଲେ ବି ସରକାରୀ ଚାକିରି କରିନାହାନ୍ତି। ଗାଁରେ ୫ମ ଯାଏ ସ୍କୁଲ ରହିଛି। ସ୍କୁଲ୍‌ର ୭୦ରୁ ୮୦ ଜଣ ପିଲାଙ୍କ ମଧ୍ୟରେ ୪ ଜଣ ଝିଅ ପଢୁଛନ୍ତି। ୫ମ ପରେ ବେଶି ପିଲା ପାଠ ଛାଡ଼ିଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri