ଏଇ ଭାରତରେ

ସମାଜରେ ହିନ୍ଦୁ ଓ ମୁସଲମାନ ଏକାଠି ବିଭିନ୍ନ ପର୍ବ ପାଳନ କରୁଥିବାର ଦୃଷ୍ଟାନ୍ତ ରହିଥିବାବେଳେ ବିହାରର ଏକ ଗାଁ ଏଥିରୁ ବାଦ୍‌ପଡିନି। ଗାଁର ନାମ ବଥୁଆ ବୁଜୁର୍ଗ। ସମସ୍ତିପୁର ଜିଲା ଅନ୍ତର୍ଗତ ସରାୟରଞ୍ଜନ ବ୍ଲକ୍‌ର ଏହି ଗାଁ ଛଟ୍‌ ଅବସରରେ ଧର୍ମର ପାଚେରିକୁ ଭାଙ୍ଗିଦେଇ ସଦ୍‌ଭାବନାର ବାର୍ତ୍ତା ଦେଇଛନ୍ତି। ଏଠାରେ ମୁସଲମାନଙ୍କର ଛଟ୍‌ ପ୍ରତି ଅଗାଧ ଶ୍ରଦ୍ଧା ରହିଛି ଓ ସେମାନେ ହିନ୍ଦୁମାନଙ୍କ ସହ ଏକାଠି ଏହାକୁ ପାଳନ କରୁଛନ୍ତି। ବଥୁଆ ବୁଜୁର୍ଗରେ ଏହି ପରମ୍ପରା ଶହ ଶହ ବର୍ଷ ଧରି ଚଳିଆସୁଛି। ପ୍ରଥମେ ଗାଁରେ ରହୁଥିବା ତିନୋଟି ମୁସଲମାନ ପରିବାର ଏହି ବ୍ରତ ଆରମ୍ଭ କରିଥିଲେ। ଏବେ ସେମାନଙ୍କ ପରିବାର ସଂଖ୍ୟା ୧୫ରେ ପହଞ୍ଚିଲାଣି। ଉକ୍ତ ଗାଁରେ ଥିବା ଏକ ପୁଷ୍କରିଣୀ ଘାଟରେ ଉଭୟ ହିନ୍ଦୁ ଓ ମୁସଲମାନ ସମୁଦାୟର ମହିଳାମାନେ ଏକାଠି ସୂର୍ଯ୍ୟଦେବଙ୍କ ପୂଜା କରିଥାନ୍ତି। କେବଳ ଏତିକି ନୁହେଁ ସ୍ଥାନୀୟ ପଞ୍ଚାୟତ ଓ ତା’ ପାଖ ପଞ୍ଚାୟତର ମୁସଲମାନମାନେ ଏମାନଙ୍କ ସହ ଏହି ପୁଷ୍କରିଣୀ କୂଳରେ ଛଟ୍‌ ପାଳନ କରୁଛନ୍ତି। ଉଭୟ ସମ୍ପ୍ରଦାୟର ଲୋକେ ପେସାରେ ବୁଣାକାର ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ଥିବାରୁ ଛଟ୍‌ ପ୍ରତି ମୁସଲମାନମାନେ ଆକୃଷ୍ଟ ହୋଇଛନ୍ତି। ଛଟ୍‌ ପାଳନ କରିବା ଦ୍ୱାରା କେତେଜଣ ମୁସଲମାନଙ୍କର ମନସ୍କାମନା ପୂର୍ଣ୍ଣ ହେବାପରେ ଏହାପ୍ରତି ସେମାନଙ୍କର ଗଭୀର ବିଶ୍ୱାସ ଆସିଛି। ଆସ୍ଥା ଓ ଶ୍ରଦ୍ଧାର ସହ ଏହି ପର୍ବ ପାଳନ କରିବା ଲାଗି ପ୍ରେରଣା ମିଳିଛି ବୋଲି କୁହନ୍ତି ମୁସଲମାନ ମହିଳାମାନେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri