ଏଇ ଭାରତରେ

ହ୍ବିଲ୍‌ ଚେୟାରର ସାହାରା ନେଇଥିବା ଜଣେ ମହିଳା ହଜାର ହଜାର ଦିବ୍ୟାଙ୍ଗଙ୍କୁ ନିଜ ଗୋଡ଼ରେ ଠିଆ କରାଉଥିବା ଭଳି ପ୍ରେରଣାଦାୟକ ଘଟଣା ସାମ୍‌ନାକୁ ଆସିଛି ମହାରାଷ୍ଟ୍ରରେ। ମହିଳାଙ୍କ ନାମ ନସୀମା ମହମ୍ମଦ ଅସୀନ ହୁଜୁର୍କ। ବୟସ ୬୯। କୋହ୍ଲାପୁର ସହର ନିବାସୀ ନସୀମା ଦିବ୍ୟାଙ୍ଗଙ୍କ ପାଇଁ ଆଶାବାଡ଼ିି ପାଲଟିଯାଇଛନ୍ତି। ସେ ନସୀମା ଦିଦି ନାମରେ ଜଣାଶୁଣା। ପିଲାଦିନେ ନସୀମା ଖେଳାଳି ହେବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ତାଙ୍କ ସ୍ବପ୍ନ ସାକାର ହୋଇପାରି ନ ଥିଲା। ୧୭ ବର୍ଷ ବୟସ ପରେ ସେ ପାରାପ୍ଲେଜିୟା ରୋଗ(ଯେଉଁଥିରେ ଶରୀରର ନିମ୍ନାଙ୍ଗ ଓ ଉଭୟ ପାଦ ଅଚଳ ହୋଇଯାଏ)ରେ ପୀଡିତ ହୋଇ ଚାଲିବାକୁ ଅକ୍ଷମ ହୋଇଗଲେ। ତଥାପି ସେ ଭାଙ୍ଗି ନ ପଡି ଜୀବନ ସଂଗ୍ରାମରେ ଆଗକୁ ବଢିଥିଲେ। ସେହି ସମୟରେ ସ୍ଥାନୀୟ ଜଣେ ବ୍ୟବସାୟୀଙ୍କ ପ୍ରେରଣାରେ ପଢ଼ା ଜାରି ରଖିଥିଲେ। ପରେ କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ବିଭାଗରେ ଚାକିରି କରିଥିଲେ। କିନ୍ତୁ ତାଙ୍କ ଭଳି ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଚାକିରି ଛାଡ଼ିଦେଇ କୋହ୍ଲାପୁରରେ ‘ଦିବ୍ୟାଙ୍ଗ ପୁନର୍ବାସ ସଂସ୍ଥାନ’ ଗଠନ କରିଥିଲେ। ଏହି ସଂସ୍ଥା ମାଧ୍ୟମରେ ସେ ପାରାପ୍ଲେଜିୟା ପୀଡିତଙ୍କ ମାନସିକ ଓ ଭାବନାତ୍ମକ ସମସ୍ୟାର ସମାଧାନ କରିବା ଆରମ୍ଭ କରିଥିଲେ। ଏହାପରେ ୧୯୮୪ରେ ତାଙ୍କର କେତେଜଣ ସାଙ୍ଗଙ୍କ ସହ ମିଶି ‘ହେଲ୍ପର୍ସ ଅଫ୍‌ ଦି ହ୍ୟାଣ୍ଡିକ୍ୟାପ୍‌ଡ କୋହ୍ଲାପୁର’ ସଂସ୍ଥା ଆରମ୍ଭ କରିଥିଲେ। ଏହି ସଂସ୍ଥା ମାଧ୍ୟମରେ ସେ ୩୫ ବର୍ଷ ମଧ୍ୟରେ ପାରାପ୍ଲେଜିୟାରେ ପୀଡିତ ୧୩,୦୦୦ରୁ ଊର୍ଦ୍ଧ୍ୱ ଝିଅପୁଅଙ୍କୁ ଥଇଥାନ କରିପାରିଛନ୍ତି। ଏହା ସହ ହଜାର ହଜାର ଦିବ୍ୟାଙ୍ଗଙ୍କ ସେବା କରିବାରେ ସକ୍ଷମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri